www.samajalive.in
Saturday, December 6, 2025
16.1 C
Bhubaneswar

ସେବାଶ୍ରମରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ବିଧାୟକ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବେଲକଣାରେ ଥିବା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ସେବାଶ୍ରମ ପରିଦର୍ଶନ କରିଛନ୍ତି ବିଧାୟକ ନୀଳମାଧଵ ହିକକା । ବିଦ୍ୟାଳୟରେ ୧୫ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିବା ଖବର ସମାଜରେ ପ୍ରକାଶ ପାଇବା ପରେ ସୋମବାର ଅପରାହ୍ନରେ ବିଧାୟକ ନୀଳମାଧଵ ହିକକା ଗସ୍ତ କରି ସେବାଶ୍ରମରେ ଛାତ୍ର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁନନ୍ଦା କୁମାର ଜେନାଙ୍କ ସହ ଛାତ୍ରଛାତ୍ରୀଙ୍କ ବିଷୟରେ ଆଲୋଚନା କରିଥିଲେ । ବିଧାୟକଙ୍କ ଗସ୍ତ ସମୟରେ ସାଂସଦ ପ୍ରତିନିଧି କୁମାର ସ୍ୱାମୀ କୌଶଲ୍ୟା, ବ୍ଲକ ସଭାପତି ସି ହେଚ ନାଗେଶ ରାଓ, ଗୁଡୁଲ୍ଲା ପ୍ରସାଦ ରାଓ , ଏସି ସେଲ ର ଜିଲା ଉପସଭାପତି ଚିତ୍ତରଞ୍ଜନ ଗାଣ୍ଟା, ପଞ୍ଚାୟତ ସଭାପତି ଲିଙ୍ଗିଡି ଲକ୍ଷ୍ମଣ ସମେତ ବହୁ ଦଳୀୟ କର୍ମୀ ନେତା ଉପସ୍ଥିତ ରହିଥିଲେ ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories