www.samajalive.in
Saturday, December 6, 2025
14.1 C
Bhubaneswar

୨୨ ତମ ଭାରତ-ଋଷ ଶିଖର ସମ୍ମିଳନୀ: ଆଜି ମୋଦୀ-ପୁତିନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା

ମସ୍କୋ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦୁଇ ଦିନିଆ ଋଷ ଗସ୍ତରେ ଆସି ମସ୍କୋରେ ପହଞ୍ଚିଛନ୍ତି। ତାଙ୍କର ଏହି ଗସ୍ତ କାଳରେ ଭାରତ ଓ ଋଷ ଦୁଇଦେଶ ମଧ୍ୟରେ ଥିବା ସମ୍ପର୍କର ସମସ୍ତ ଦିଗ ଉପରେ ସମୀକ୍ଷା କରାଯିବ ବୋଲି ଜଣାଯାଇଛି। ପ୍ରାୟ ପାଞ୍ଚବର୍ଷ ପରେ ମୋଦୀଙ୍କର ଏହା ପ୍ରଥମ ଋଷ ଗସ୍ତ ହୋଇଥିବାବେଳେ ଦୁଇପକ୍ଷ ମଧ୍ୟରେ ଆଲୋଚନା କାଳରେ ୟୁକ୍ରେନ ପ୍ରସଙ୍ଗ ଉଠିବ ବୋଲି ଏକ ସୂତ୍ରରୁ ଜଣାଯାଇଛି। ପ୍ରଧାନମନ୍ତ୍ରୀ ଋଷର ନୁକୋଭୋ-୨ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଋଷର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ଡେନିସ ମାନତୁରୋଭ ସ୍ବାଗତ କରିଥିଲେ। ପରେ ତାଙ୍କୁ ଗାର୍ଡ ଅଫ ଅନର୍‌ ପ୍ରଦାନ କରାଯାଇଥିଲା। ଭାରତୀୟ ହିନ୍ଦୀ ଗୀତ ନୃତ୍ୟ ତାଳେ ତାଳେ ରୁଷ କଳାକାରମାନେ ମୋଦୀଙ୍କୁ ସ୍ବାଗତ କରିଥିଲେ। ରାତିରେ ମୋଦୀ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ନୈଶ ଭୋଜିରେ ଯୋଗେଦେବେ। ଆଜି (ମଙ୍ଗଳବାର) ମୋଦୀ ୨୨ତମ ଭାରତ-ଋଷ ବାର୍ଷିକ ଶୀର୍ଷସ୍ତରୀୟ ବୈଠକରେ ଯୋଗଦେବେ। ବନ୍ଧୁ ପୁଟିନଙ୍କ ସହିତ ସହଯୋଗ ଓ ସମ୍ପର୍କ ବୃଦ୍ଧି ଉପରେ ସେ ଦ୍ବିପାକ୍ଷିକ ଆଲୋଚନା କରିବେ। ଉଭୟ ନେତା ଏକ ଶାନ୍ତିପୂର୍ଣ୍ଣ ଓ ସ୍ଥିର ଅଞ୍ଚଳ ଗଠନ ଦିନରେ ସହାୟକ ଭୂମିକା ନିର୍ବାହ କରିବାକୁ ପ୍ରୟାସ କରିବେ। ଭାରତର ବୈଦେଶିକ ବିଭାଗର ଜଣେ ମୁଖାପାତ୍ରଙ୍କ କହିବା ଅନୁଯାୟୀ ଦୁଇ ନେତା ପାରସ୍ପରିକ ସ୍ବାର୍ଥ ସମ୍ବଳିତ ଆଞ୍ଚଳିକ ଏବଂ ବୈଶ୍ବିକ ବିକାଶ ସମ୍ପର୍କରେ ନିଜ ନିଜର ଦୃଷ୍ଟିଭଙ୍ଗୀରେ ସହଭାଗୀତା କରିବା ଆଶା କରାଯାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories