www.samajalive.in
Saturday, December 6, 2025
15.1 C
Bhubaneswar

ବଢୁଥିବା ତାତିରେ ଲାଗିବ ରୋକ୍ ! ପଶ୍ଚିମାଝଡ ପ୍ରଭାବରେ ବର୍ଷା ସମ୍ଭାବନା

ଭୁବନେଶ୍ବର: ରାଜ୍ୟରେ ବଢୁଥିବା ତାତିରେ ଲାଗିବ ବ୍ରେକ୍। ପଶ୍ଚିମା ଝଡ ପ୍ରଭାବରେ ତାତିରେ ସାମାନ୍ୟ ବିରାମ୍ ଲାଗିବ । ପଶ୍ଚିମା ଝଡ ପ୍ରଭାବରେ ଆସନ୍ତାକାଲି (ମଙ୍ଗଳବାର) ପର୍ଯ୍ୟନ୍ତ ଉତ୍ତର ଓଡିଶାରେ ହାଲୁକା ବର୍ଷା ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର, ବରଗଡ, ଦେଓଗଡ, ଝାରସୁୁଗୁଡା, ସୁନ୍ଦରଗଡ , କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବରର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସେହିପରି ମଭ୍ଗଳବାର ପାଇଁ ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର , ଭଦ୍ରକ , ଢେଙ୍କାନାଳ ଓ ଯାଜପୁର ଜିଲ୍ଳାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। କିନ୍ତୁ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡିଶାରେ ତାତିରେ ବ୍ରେକ୍ ଲାଗିବ ନାହିଁ। ରବିବାର ମଧ୍ୟ ୩୭ ଡିଗ୍ରୀ ସହିତ ମାଲକାନଗିରି ସବୁଠୁ ଉତ୍ତପ୍ତ ସହର ଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories