www.samajalive.in
Saturday, December 6, 2025
14.1 C
Bhubaneswar

ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟର ଘାଇ: ଗାଁରେ ପଶିଲା ପାଣି , ଲୋକେ ହନ୍ତସନ୍ତ

କଳାହାଣ୍ଡି: ଭୁଶୁଡିଗଲା କେନାଲ, ବୁଡିଗଲା ଘର । କଳାହାଣ୍ଡି କଲମପୁର ବ୍ଲକରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟର ଏକ ଘାଇ ସୃଷ୍ଟି ହୋଇଛି। ଏବଂ ଏଥିପାଇଁ ବୁଡି ଯାଇଛି ଆଖପାଖ ଅଞ୍ଚଳ। ଆଜି(ସୋମବାର) ଭୋର୍ ସମୟରେ ହଠାତ୍ କେନାଲରେ ଘାଇ ସୃଷ୍ଟି ହୋଇଥିଲା। ଏବଂ ଚାହୁଁ ଚାହୁଁ ପୁରା ଅଞ୍ଚଳକୁ ପାଣି ମାଡି ଯାଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ,  ଲୋକ ଘରେ ଥିବା ସମୟରେ କିଛି ସେକେଣ୍ଡ ମଧ୍ୟରେ ପାଣି ବେକ ପର୍ଯ୍ୟନ୍ତ ଚାଲିଆସିଥିଲା। ଘରର ଆଜବେଷ୍ଟ ଭାଙ୍ଗି ବାହାରକୁ ଆସିଥିଲେ। ଗାଁ ଭିତରେ ପାଣି ଚଳାଚଳ ଯୋଗୁଁ ଜୁନାଗଡ଼ ରୁ କଲମପୁର ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହେଇଥିଲା। କେନାଲ ବନ୍ଧ ଭାଙ୍ଗିବା ପରେ ଗାଁ ରାସ୍ତାରେ ୫ ଫୁଟର ପାଣି ଚାଲିଛି। ଲୋକଙ୍କ ଘରେ ପାଣି ପଶି ଅନେକ ଆସବାବପତ୍ର ନଷ୍ଟ ହୋଇଯାଇଛି। ପ୍ରାୟ ୩୦୦ କୋଟି ଟଙ୍କା ବ୍ୟୟରେ ଦକ୍ଷିଣ ମୁଖ୍ୟ କେନାଲ ଦୁଇବର୍ଷ ଧରି ମରାମତି ଚାଲିଛି। ହେଲେ ସମ୍ପୃକ୍ତ ସ୍ଥାନରେ ଆଦୌ ମରାମତି ହୋଇନାହିଁ। ଫଳରେ ପୁରୁଣା ହୁଡ଼ା ରେ ନିୟମିତ ପାଣି ଝରି ଝରି କେନାଲ ବନ୍ଧ ଭାଙ୍ଗିଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ କେନାଲ ରେ ଗେଟ ବନ୍ଦ କରି ପାଣି  ଉଠାଇ କିଛି ଚାଷୀ ନିଜ ଜମି କୁ ପାଣି ନେଉଛନ୍ତି। ଏଣୁ ଆବଶ୍ୟକତା ରୁ ଅଧିକ ପାଣି ରହିବା ଯୋଗୁଁ ପାଣି ଝରିବା ସ୍ଥାନରେ ଘାଇ ସୃଷ୍ଟି ହେଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ ପାଇଛି।  ତେବେ ଆସନ୍ତା ଦିନ ଦୁଇ ଦିନ ମଧ୍ୟରେ ଘାଇ ମରାମତି କରାଯାଇ କେନାଲ ରେ  ଜଳସେଚନ ର ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories