www.samajalive.in
Monday, December 8, 2025
13.1 C
Bhubaneswar

ରାତିରେ ଖସିବ: ଦିନରେ ବଢ଼ିବ ପାରଦ

ଭୁବନେଶ୍ୱର : ଦୁଇ ଦିନ ପରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଫଳରେ ରାତିରେ ଶୀତ ପ୍ରକୋପ ବଢ଼ିବାର ସମ୍ଭାବନା ରହିଛି। ଗତକାଲି ରାତିରେ ସର୍ବନିମ୍ନ ତାପମାତ୍ରା ଜି. ଉଦୟଗିରିରେ ସବୁଠୁ କମ୍ ୯.୮ ଡିଗ୍ରୀ ରେକର୍ଡ଼ କରାଯାଇଛି। ଫୁଲବାଣୀ ଏବଂ ସେମିଳିଗୁଡ଼ାରେ ୧୧.୫ ଡିଗ୍ରୀ ଲେଖାଏଁ, ରାଉରକେଲାରେ ୧୩.୨, କୋରାପୁଟ ଓ ନବରଙ୍ଗପୁରରେ ୧୪ ଡିଗ୍ରୀ ଲେଖାଏଁ, ଝାରସୁଗୁଡ଼ାରେ ୧୪.୪, କିରେଇରେ ୧୪.୭, ଭୁବନେଶ୍ବରରେ ୧୯.୮ ଏବଂ କଟକରେ ୧୮.୨ ଡିଗ୍ରୀ ରେକର୍ଡ଼ କରାଯାଇଛି। ରାତିର ସର୍ବନିମ୍ନ ତାପମାତ୍ରା କମୁଥିବାବେଳେ ଦିନ ତାପମାତ୍ରା ବଢ଼ୁଛି। ମଙ୍ଗଳବାର ରାଜ୍ୟର ୮ଟି ସ୍ଥାନରେ ଦିନର ସର୍ବାଧିକ ତାପମାତ୍ରା ୩୫ ଡିଗ୍ରୀ ଉପରେ ଥିଲା। ଝାରସୁଗୁଡ଼ାରେ ସବୁଠୁ ଅଧିକ ୩୬.୬ ଡିଗ୍ରୀ ରେକର୍ଡ଼ କରାଯାଇଛି। ଅନୁଗୋଳ ଓ ବଲାଙ୍ଗୀରରେ ୩୫.୭ ଡିଗ୍ରୀ ଲେଖାଏଁ, ସମ୍ବଲପୁରରେ ୩୫.୩, ଭଦ୍ରକ, ଭବାନୀପାଟଣା ଓ ସୁବର୍ଣ୍ଣପୁରରେ ୩୫.୨ ଡିଗ୍ରୀ ଲେଖାଏଁ, ମାଲକାନଗିରିରେ ୩୫.୧, ଭୁବନେଶ୍ବରରେ ୩୩.୬ ଏବଂ କଟକରେ ୩୨.୬ ଡିଗ୍ରୀ ରେକର୍ଡ଼ କରାଯାଇଛି।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories