www.samajalive.in
Friday, December 5, 2025
20.1 C
Bhubaneswar

ଓଡ଼ିଶା ଛାଡ଼ିବାରେ ବିଳମ୍ବ କରୁଛି ମୌସୁମୀ: ୫ ପ୍ରତିଶତ ନିଅଣ୍ଟିଆ ବର୍ଷା

ଭୁବନେଶ୍ବର: ଦେଶର ଗୋଟିଏ ପରେ ଗୋଟିଏ ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରୁଛି। ଆଗାମୀ ଦୁଇଦିନ ମଧ୍ୟରେ ରାଜସ୍ଥାନ, ପଞ୍ଜାବ ଏବଂ ହରିୟାନା ରାଜ୍ୟରୁ ମୌସୁମୀ ସମ୍ପୂର୍ଣ୍ଣ ପ୍ରତ୍ୟାବର୍ତ୍ତନ କରିବ। ଆଗକୁ ଜାମ୍ମୁ ଏବଂ ହିମାଚଳ ପ୍ରଦେଶର କିଛି ଅଞ୍ଚଳରୁ ମୌସୁମୀ ଛାଡ଼ିବା ସମ୍ଭାବନା ରହିଛି। ଓଡ଼ିଶାରେ ଅକ୍ଟୋବର ୧୫ ପୂର୍ବରୁ ମୌସୁମି ପ୍ରତ୍ୟାବର୍ତ୍ତନ କରିବା ସମ୍ଭାବନା କମ୍‌। ସ୍ବାଭାବିକ ଭାବେ ଅକ୍ଟୋବର ୧୨ରୁ ୧୫ ମଧ୍ୟରେ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିଥାଏ; କିନ୍ତୁ ଚଳିତ ବର୍ଷ ୧୫ତାରିଖ ପୂର୍ବରୁ ମୌସୁମୀ ଫେରିବା ନେଇ କୌଣସି ସ୍ପଷ୍ଟ ସଙ୍କେତ ନାହିଁ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି। ଜୁନ୍ ପହିଲାରୁ ସେପ୍ଟେମ୍ବର ୩୦ ସୁଦ୍ଧା ରାଜ୍ୟରେ ସ୍ବାଭାବିକ ବର୍ଷା ୧୧୫୦.୨ମି.ମି. ହେବା କଥା, କିନ୍ତୁ ୧୦୯୨ମି.ମି. ବର୍ଷା ରେକର୍ଡ ହୋଇଛି; ଯାହାକି ସ୍ବାଭାବିକରୁ ୫ପ୍ରତିଶତ ନିଅଣ୍ଟ। ଏହି ସମୟ ମଧ୍ୟରେ ୪ଟି ଜିଲାରେ ନିଅଣ୍ଟିଆ ବର୍ଷା ହୋଇଥିବାବେଳେ ଦୁଇଟି ଜିଲାରେ ସ୍ବାଭାବିକରୁ ଅଧିକ ବର୍ଷା ଏବଂ ଅବଶିଷ୍ଟ ୨୪ ଜିଲାରେ ସ୍ବାଭାବିକ ବର୍ଷା ହୋଇଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜଣାପଡ଼ିଛି। କେନ୍ଦୁଝର ଜିଲାରେ ସ୍ବାଭାବିକରୁ ୨୧% ନିଅଣ୍ଟିଆ ବର୍ଷା ହୋଇଥିବାବେଳେ ଭଦ୍ରକ ୨୭, ଦେବଗଡ଼ ୨୩ ଏବଂ ଝାରସୁଗୁଡ଼ାରେ ୨୨ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି। ଏହି ନିଅଣ୍ଟିଆ ବର୍ଷା ଯୋଗୁଁ ଜିଲାଗୁଡ଼ିକରେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ଚାଷୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ନୂଆପଡ଼ାରେ ସ୍ବାଭାବିକରୁ ୨୩% ଅଧିକ ବର୍ଷା ହୋଇଥିବା ବେଳେ ମାଲକାନଗିରିରେ ସ୍ବାଭାବିକରୁ ୫୬% ଅଧିକ ବର୍ଷା ରେକର୍ଡ ହୋଇଛି। ମାଲକାନଗିରି ଜିଲାରେ ଅଧିକ ବର୍ଷା ହୋଇଥିବାରୁ ଜିଲାରେ ବନ୍ୟା ପରିସ୍ଥିତି ଉପୁଜିଥିଲା। ନିକଟରେ ଗଭୀର ଅବପାତ ହୋଇଥିଲା। ଏହାର ପ୍ରଭାବରେ ଉତ୍ତର ଓଡ଼ିଶାର ବାଲେଶ୍ବର, ମୟୂରଭଞ୍ଜ ଏବଂ କେନ୍ଦୁଝରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା। ସୁବର୍ଣ୍ଣରେଖା, ଜଳକା ଏବଂ ବୁଢ଼ାବଳଙ୍ଗରେ ଛୋଟ ଧରଣର ବନ୍ୟା ଆସିଥିଲା। ଫଳରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଏବଂ ସୁନ୍ଦରଗଡ଼ ଜିଲାର ୩୩ ବ୍ଲକରେ ବନ୍ୟା ହୋଇଥିଲା। ସୋମବାର ରାଜ୍ୟର ବିଭିନ୍ନ ଅଞ୍ଚଳରେ ହାଲୁକା ବର୍ଷା ହୋଇଛି। ସମ୍ବଲପୁର, ହୀରାକୁଦ, ବଲାଙ୍ଗିର ଏବଂ ପାରଳାଖେମୁଣ୍ଡିରେ ବର୍ଷା ହୋଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଏବଂ କନ୍ଧମାଳ ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବା ସମ୍ଭାବନା ରହିଛି। ରାଜ୍ୟରେ କାଁ ଭାଁ ବର୍ଷା ହେଉଥିବାରୁ ଦିନ ତାପମାତ୍ରା ସ୍ବାଭାବିକରୁ ଅଧିକ ରହୁଛି। ସୋମବାର ଜଗତସିଂହପୁର, ପାରଳାଖେମୁଣ୍ଡି ଏବଂ ଭୁବନେଶ୍ବରରେ ଦିନ ତାପମାତ୍ରା ୩୬ଡିଗ୍ରୀ ଟପିଛି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories