www.samajalive.in
Saturday, December 6, 2025
16.1 C
Bhubaneswar

ପିତୃହନ୍ତା ପୁତ୍ରକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଏକ ହତ୍ୟା ମାମଲାର ବିଚାର କରି ଜଣେ ପିତୃହନ୍ତା ପୁତ୍ରକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବା ଜଣାପଡିଛି । ବିବରଣୀରୁ ପ୍ରକାଶ ଆଠଗଡ ଥାନା ଅନ୍ତର୍ଗତ ବେଣ୍ଟପଦା ଗ୍ରାମରେ ଗତ ୨୦୨୩ ମସିହା ଏପ୍ରିଲ ୩୦ ତାରିଖ ଭୋର ସମୟରେ ପୁତ୍ର ଅପର୍ତ୍ତି ମହାନ୍ତି ଓରଫ ହାଡିଆ ନିଜ ବାପା ବାଲୁଙ୍କେଶ୍ଵର ମହାନ୍ତିଙ୍କୁ ଲୁହା ଛଡରେ ଆକ୍ରମଣ କରି ହତ୍ୟା କରିଥିଲା । କୌଣସି କାମଧନ୍ଦା ନକରି ଅଭିଯୁକ୍ତ ଅପର୍ତ୍ତି ସବୁବେଳେ ବାପା ବାଲୁଙ୍କେଶ୍ଵରଙ୍କୁ ପଇସାପତ୍ର ମାଗି ନିଜ ଖର୍ଚ୍ଚ ତୁଲାଇବା ସହ ନିଶା ସେବନ ମଧ୍ୟ କରୁଥିଲା।

‘ସମାଜ’ ପ୍ରଭାବ; ବାଙ୍ଗିରିପୋଷି ଘାଟିରେ ଭାରି ଯାନ ପାଇଁ କଟକଣା


ଘଟଣାର ପୂର୍ବଦିନ ଅର୍ଥାତ ୨୦୨୩ ଏପ୍ରିଲ ୨୯ ତାରିଖରେ ବାପାଙ୍କୁ ଟଙ୍କା ମାଗିବା ଓ ବାପା ନଦେବାରୁ ରାଗ ରଖି ୩୦ ତାରିଖ ଭୋର ସମୟରେ ବାଲୁଙ୍କେଶ୍ଵର ଘର ବାହାରେ ଫୁଲ ତୋଳୁଥିବାବେଳେ ଅପର୍ତ୍ତି ଏକ ଲୁହା ଛଡରେ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଘଟଣା ସମ୍ପର୍କରେ ବାଲୁଙ୍କେଶ୍ଵରଙ୍କ ଜ୍ୱାଇଁ ତିଗିରିଆ ଥାନା ଅନ୍ତର୍ଗତ ଅଚଳକୋଟ ଗ୍ରାମର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଆଠଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିବା ସହ ଅଭିଯୋଗ ଫର୍ଦ୍ଦ ଅଦାଲତରେ ଦାଖଲ କରିଥିଲେ। ପୁଲିସର ଅଭିଯୋଗ ଫର୍ଦ୍ଦ, ସମସ୍ତ ସାକ୍ଷ୍ୟ ପ୍ରମାଣକୁ ବିଚାରକୁ ନେଇ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ରାଜକୁମାର ଦାସ ଅଭିଯୁକ୍ତ ଅପର୍ତ୍ତିକୁ ଦୋଷୀସାବ୍ୟସ୍ତ କରି  ସୋମବାର ତାଙ୍କ ରାୟ ପ୍ରକାଶ କରିଛନ୍ତି। ଦୋଷୀ ଆସାମୀକୁ ବିଚାରପତି ଶ୍ରୀ ଦାସ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ଦେବା ଅଥବା ଅନାଦେୟ ଅଧିକ ଏକ ବର୍ଷ କାରାଦଣ୍ଡ ଭୋଗିବାକୁ ଆଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ଶରତ କୁମାର ଦାଶ ଓ ଦେବାଶିଷ ସିଟ୍ ମାମଲାଟିକୁ ପରିଚାଳନା କରୁଥିଲେ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories