www.samajalive.in
Saturday, December 6, 2025
14.1 C
Bhubaneswar

‘ସମାଜ’ ପ୍ରଭାବ; ବାଙ୍ଗିରିପୋଷି ଘାଟିରେ ଭାରି ଯାନ ପାଇଁ କଟକଣା

ବାଙ୍ଗିରିପୋଷି: ଚାରି ଦିନ ଧରି ବାଙ୍ଗିରିପୋଷି ଘାଟି ରାସ୍ତାରେ ଜାମ ଲାଗି ରହିବା ପରେ ଆଜି ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ମୟୁରଭଞ୍ଜ ଜିଲ୍ଲାର ଲାଇଫ ଲାଇନ କୁହାଯାଉଥିବା ବାଙ୍ଗିରିପୋଷି ଘାଟି ରାସ୍ତା କିଛି ଦିନ ହେଲାଣି ଅତ୍ୟନ୍ତ ଖରାପ ହେବା ଯୋଗୁ ବିଭିନ୍ନ ସମୟରେ ଛୋଟ ବଡ଼ ଦୁର୍ଘଟଣା ଲାଗି ରହୁଛି। ଅନ୍ୟ ପଟେ ଭାରି ଯାନ ଗୁଡିକୁ ବ୍ରେକ ଡାଉନ ହେଲେ ରାସ୍ତାରେ ଦୁଇ ତିନି ଦିନ ଧରି ଜାମ ଲାଗି ରହୁଛି। ଘାଟି ରାସ୍ତା ଜାମ ନେଇ ଦୈନିକ ଖବର କାଗଜ ‘ସମାଜ’ରେ ଖବର ପ୍ରକାଶ ପରେ ଚେତି ଉଠିଛି ଜିଲ୍ଲା ପ୍ରଶାସନ। ମୟୁରଭଞ୍ଜ ଜିଲାପାଳ ବାଙ୍ଗିରିପୋଷି ଏବଂ ବିଶୋଇ ପୁଲିସକୁ ସ୍ୱତନ୍ତ୍ର ଚିଠି କରିଛନ୍ତି, ଘାଟି ରାସ୍ତାର ଉଭୟ ପାର୍ଶ୍ବରେ ୨୪ ଘଣ୍ଟା ପୁଲିସ ପାଟ୍ରୋଲିଂ ହେବା ସହ ଭାରି ଯାନ ଉପରେ କଟକଣା ଜାରି କରିଛନ୍ତି।

୪୯ ନଂ ଜାତୀୟ ରାଜପଥ ଘାଟି ରାସ୍ତାର ଉଭୟ ପାର୍ଶ୍ବରେ ଭାରି ଯାନକୁ ପ୍ରତି ଦେଢ଼ ଘଣ୍ଟାରେ ଥରେ ଛଡାଯିବ, ଅନ୍ୟ ସମୟରେ ଭାରି ଯାନ ଗୁଡିକ ରାସ୍ତାର ବାମ ପାଶ୍ୱର୍ରେ ପାର୍କିଂ କରିବେ। ଘାଟି ରାସ୍ତା ଯେଭଳି ଜାମ ନ ହୁଏ ସେ ନେଇ ବିଡ଼ିଓ, ତହସିଲଦାର ତଦାରଖ କରିବେ। ଏହି କଟକଣା ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଜିଲ୍ଲାପାଳଙ୍କ ଚିଠିରେ ଉଲ୍ଲେଖ ରହିଛି।

ଜାଣନ୍ତୁ ; ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ଉଚ୍ଚ ତକିଆରେ ଶୋଇବା..

- Advertisement -

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories