www.samajalive.in
Saturday, December 6, 2025
26.1 C
Bhubaneswar

ଭଦ୍ରକ ଉତ୍ତେଜନା: ଗିରଫ ସଂଖ୍ୟା ୨୭କୁ ବୃଦ୍ଧି

ଭଦ୍ରକ/ଧାମନଗର : ସାମାଜିକ ଗଣମାଧ୍ୟମରେ ବିବାଦୀୟ ପୋଷ୍ଟକୁ ନେଇ ଭଦ୍ରକ ଓ ଧାମନଗରରେ ହୋଇଥିବା ଗଣ୍ଡଗୋଳ ଘଟଣାରେ ଗିରଫ ବ୍ୟକ୍ତିଙ୍କ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି ବୋଲି ଆଇଜି ପି. ସତ୍ୟଜିତ ନାୟକ ସୂଚନା ଦେଇଛନ୍ତି। ସେଥିରୁ ଭଦ୍ରକ ଥାନା ଅଞ୍ଚଳରେ ଗିରଫ ସଂଖ୍ୟା ୧୦ ଥିବାବେଳେ ଆଜି ସୁଦ୍ଧା ଧାମନଗର ପୁଲିସ ୧୭ ଜଣଙ୍କୁ ଗିରଫ କରିଥିବା ଏସଡିପିଓ ତ୍ରିଲୋଚନ ସେଠୀ ସୂଚନା ଦେଇଛନ୍ତି। ଧାମନଗର ସହରାଞ୍ଚଳ ସମେତ ଦୋବଲ ବଜାରରେ ଧାରା ୧୬୩ ବଳବତ୍ତର ରହିଥିଲେ ହେଁ କଟକଣାରେ କିଛିଟା କୋହଳ କରାଯାଇଛି। ଦୁଇ ଦିନ ଧରି ସମ୍ପୃକ୍ତ ଅଞ୍ଚଳରେ ବନ୍ଦ ରହିଥିବା ଦୋକାନବଜାର ସୋମବାର ଖୋଲିଛି। ଦୋକାନଗୁଡ଼ିକ ସକାଳ ୬ରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଖୋଲା ରହିବ ଏବଂ ଦୋକାନରେ ଏକକାଳୀନ ଦୁଇରୁ ଅଧିକ ଲୋକ ରହିପାରିବେନି। ଶୁକ୍ରବାର ଅପରାହ୍ଣରେ ସହରର ସନ୍ଥିଆ ପୋଲ ଉପରେ ପୁଲିସ ସହିତ ହୋଇଥିବା ଗଣ୍ଡଗୋଳର ସୂତ୍ରଧରଙ୍କ ମଧ୍ୟରୁ କେତେକ ଫେରାର ଅଛନ୍ତି ଓ ସେମାନଙ୍କୁ ଧରିବା ଲାଗି ପୁଲିସ ପ୍ରୟାସ ଜାରି ରଖିଛି। ଭଦ୍ରକ ସହରରେ ଦିନବେଳା ପୁଲିସ ଓ ରାପିଡ ଆକ୍ସନ ଫୋର୍ସର ଫ୍ଲାଗ ମାର୍ଚ୍ଚ ହୋଇଛି। ସହରରେ ଏବେ ବି ୧୨ ପ୍ଲାଟୁନ ପୁଲିସ ଓ ଗୋଟିଏ କମ୍ପାନୀ ରାପିଡ ଆକ୍ସନ ଫୋର୍ସ ମୁତୟନ ହୋଇଛନ୍ତି। ଧାମନଗର ଥାନା ଅଞ୍ଚଳରେ ମଧ୍ୟ ୬ ପ୍ଲାଟୁନ ପୁଲିସ ଓ ଗୋଟିଏ ପ୍ଲାଟୁନ ରାପିଡ ଆକ୍ସନ ଫୋର୍ସ ମୁତୟନ ଅଛନ୍ତି। ଉଭୟ ଥାନା ଅଞ୍ଚଳରେ ଶୁକ୍ରବାର ରାତିରୁ ଜାରି ହୋଇଥିବା ୧୬୩ ଧାରା ବଳବତ୍ତର ରହିଛି। ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories