www.samajalive.in
Saturday, December 6, 2025
15.1 C
Bhubaneswar

ଇରାନ ସରକାରଙ୍କୁ କଠୋରପନ୍ଥୀଙ୍କ ପରାମର୍ଶ; ଇସ୍ରାଏଲ ବିରୋଧରେ ପରମାଣୁ ବୋମା ହିଁ ଏକମାତ୍ର ବିକଳ୍ପ

ତେହେରାନ: ନିକଟରେ ଇସ୍ରାଏଲ ସେନା ପକ୍ଷରୁ ଲେବାନନ୍‌ ଉପରେ ପ୍ରବଳ ବୋମାମାଡ କରାଯାଇଥିବାବେ​‌େ​‌ଳ ହେଜବୋଲ୍ଲା ଆତଙ୍କବାଦୀ ସଂଗଠନର ମୁଖ୍ୟ ସୟଦ ହାସାନ ନସରଲ୍ଲାଙ୍କ ସମେତ ସଂଗଠନର ୨୦ ଜଣ ତୁଙ୍ଗ କମାଣ୍ଡର ପ୍ରାଣ ହରାଇଛନ୍ତି। ଇରାନ ସମର୍ଥିତ ହେଜବୋଲ୍ଲା ମୁଖ୍ୟାଳୟ ଉପରେ ଏଭଳି ଆକ୍ରମଣର ପ୍ରତିଶୋଧ ନେବାକୁ ଇରାନର ମୌଳବାଦୀମାନେ ସରକାରଙ୍କ ଉପରେ ଚାପ ପକାଉଥିବା ଜଣାପଡିଛି। ଇସ୍ରାଏଲ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସମୟ ଆସିଛି ଏବଂ ପରମାଣୁ ବୋମା ପ୍ରୟୋଗ ଏକମାତ୍ର ବିକଳ୍ପ ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି। ଏଥିସହିତ ହମୁଜ ପ୍ରଣାଳୀକୁ ଅବରୋଧ କରିବାକୁ ମଧ୍ୟ ଇରାନର ସାମାଜିକ ଗଣମାଧ୍ୟମ ଉପଭୋକ୍ତାମାନେ ପ୍ରସ୍ତାବ ଦେଇଛନ୍ତି। ଏହି ମାମଲାରେ କଠୋରପନ୍ଥୀମାନେ ଇରାନ ରାଷ୍ଟ୍ରପତି ମାସୁଦ ପେଜେସକିଆନଙ୍କ ସରକାରକୁ ତୀବ୍ର ଭର୍ତ୍ସନା କରିଛନ୍ତି। ଗାଜା ଓ ଲେବାନନ୍‌ରେ ଇସ୍ରାଏଲ ପକ୍ଷରୁ ଚାଲିଥିବା ସାମରିକ କାର୍ଯ୍ୟାନୁଷ୍ଠାନରେ ଇରାନ ସରକାର ଘାବରେଇ ଯାଉଥିବା ସେମାନେ ଅଭିଯୋଗ କରିଛନ୍ତି। ତେବେ ସେମାନେ ଭୁଲି ଯାଉଛନ୍ତି ଯେ କୌଣସି ପ୍ରକାର ସାମରିକ କାର୍ଯ୍ୟାନୁଷ୍ଠାନ ସମ୍ପକରେ ଚୂଡାନ୍ତ ନିଷ୍ପତ୍ତି ନେବାର କ୍ଷମତା ରାଷ୍ଟ୍ରପତିଙ୍କ ବଦଳରେ କେବଳ ଇରାନର ସର୍ବୋଚ୍ଚ ଧର୍ମଗୁରୁ ଆୟାତୋଲ୍ଲା ଖାମେନେଇଙ୍କ ନିକଟରେ ସଂରକ୍ଷିତ। ଖାମେନେଇ ହେଉଛନ୍ତି ଇରାନ ପ୍ରତିରକ୍ଷା ବିଭାଗର ସର୍ବୋଚ୍ଚ କମାଣ୍ଡର। ନସରଲ୍ଲାଙ୍କ ମୃତ୍ୟୁ ପରେ ଲେବାନନକୁ ଦୃଢ ସମର୍ଥନ ଜଣାଇବାକୁ ଖାମେନେଇ ଏକ୍ସ ଜରିଆରେ ସବୁ ମୁସଲମାନ ରାଷ୍ଟ୍ରଙ୍କୁ ନିବେଦନ କରିଛନ୍ତି। ତେବେ ଇସ୍ରାଏଲ ବିପକ୍ଷରେ ପ୍ରତ୍ୟକ୍ଷ ସାମରିକ କାର୍ଯ୍ୟାନୁଷ୍ଠାନକୁ ଖାମେନେଇ ସମର୍ଥନ କରୁନଥିବା ଜଣାପଡିଛି। ୟେମେନ ଯେପରି ବାବ୍‌-ଅଲ-ମନ୍ଦାବ୍‌ ପ୍ରଣାଳୀକୁ ଅବରୋଧ କରି ସେହି ରୁଟ୍‌ରେ ତୈଳ ପରିବହନ ବ୍ୟବସ୍ଥାରେ ବାଧା ସୃଷ୍ଟି କରିଛି, ଠିକ୍‌ ସେହିପରି ଇରାନ ମଧ୍ୟ ହର୍ମୁଜ ପ୍ରଣାଳୀ ଅବରୋଧ କରିବାକୁୁ କଠୋରପନ୍ଥୀମାନେ ଦାବି କରିଛନ୍ତି। ଏହା କରାଗଲେ ଇସ୍ରାଏଲକୁ ତୈଳ ଯୋଗାଣ ବାଧାପ୍ରାପ୍ତ ହେବ ବୋଲି ସେମାନେ ଆଶଙ୍କା କରୁଛନ୍ତି। ଅପରପକ୍ଷରେ ଇରାନ ଏପର୍ଯ୍ୟନ୍ତ ନିଜକୁ ପରମାଣୁ ରାଷ୍ଟ୍ର ବୋଲି ଘୋଷଣା କରିନାହିଁ। ଏହି ଦୃଷ୍ଟିରୁ ଇରାନ ନିକଟରେ ପରମାଣୁ ଅସ୍ତ୍ରଶସ୍ତ୍ର ଥିବା ନେଇ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ସନ୍ଦେହ ପ୍ରକାଶ କରିଛନ୍ତି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories