www.samajalive.in
Monday, December 15, 2025
26.1 C
Bhubaneswar

ଦୁର୍ବଳ ହେଉଛି ଅବପାତ : ପ୍ରଭାବରେ ଆସନ୍ତା ୪ ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର : ଅବପାତ ଚିଲିକା ଉପରେ ରହିଥିବା ବେଳେ ଉତ୍ତର-ପଶ୍ଚିମ ଓଡ଼ିଶା ଦେଇ ଛତିଶଗଡ ଆଡକୁ ମୁହାଁଇବ । ଆଗାମୀ ୧୨ଘଣ୍ଟା ମଧ୍ୟରେ ଦୁର୍ବଳ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ବଲାଙ୍ଗିର, ନୂଆପଡା, କନ୍ଧମାଳ, ଦେବଗଡ, ସମ୍ବଲପୁର, ବରଗଡ, ସୁନ୍ଦରଗଡ ଝାରସୁଗୁଡା, କଟକ, ଜଗତସିଂହପୁର ଏବଂ କେନ୍ଦ୍ରାପଡା ଜିଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଦକ୍ଷିଣରେ ବନ୍ୟା ସ୍ଥିତି ନାହିଁ। ସେପଟେ ବର୍ଷା ପରିସ୍ଥିତି ସମୀକ୍ଷା କରି ଏସଆରସି ସତ୍ୟବ୍ରତ ସାହୁ କହିଛନ୍ତି ଯେ ଏସଆରସିଙ୍କ ତଥ୍ୟାନୁଯାୟୀ, ଗତ ୨୪ଘଣ୍ଟା ମଧ୍ୟରେ ମାଲକାନଗିରି ୧୯୦ମି.ମି ବର୍ଷା ହୋଇଥିବା ବେଳେ ଖଇରପୁଟ ବ୍ଲକରେ ସର୍ବାଧିକ ୨୨୧.୨ମି.ମି ବର୍ଷା ହୋଇଛି। ଏଥିସହିତ ଚିତ୍ରକୋଣ୍ଡା, କୋରକୁଣ୍ଡା, ଖଇରପୁଟ ଏବଂ କାଲିମେଳା ବ୍ଲକରେ ୨୦୦ମି.ମିରୁ ଊର୍ଦ୍ଧ୍ବ ବର୍ଷା ହୋଇଛି। କୋଟପାଡ, ମାଲକାନଗିରି, ମାଥିଲି, ପଡିଆ, ନଣ୍ଡାହାଣ୍ଡି, ତେନ୍ତୁଳିଖୁଣ୍ଟା, ପାପଡାହାଣ୍ଡି ବ୍ଲକରେ ଅତି ପ୍ରବଳ ବର୍ଷା ହୋଇଛି। ମାଲକାନଗିରି ଜିଲାରେ ୨୩ ପରିବାର ଉଦ୍ଧାର କରି ବନ୍ୟା ଆଶ୍ରୟ ସ୍ଥଳରେ ରଖାଯାଇଛି। ପରିସ୍ଥିତି ଉପରେ ନଜର ରଖିବାକୁ ବିଭାଗୀୟ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ଏସଆରସି ଶ୍ରୀ ସାହୁ ଜିଲା ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି। ଜିଲା ପ୍ରଶାସନ ତରଫରୁ ସମସ୍ତ ବ୍ଲକର ବିଡିଓ ଓ ତହସିଲଦାରଙ୍କୁ ଆଲର୍ଟ ରହିବାକୁ ନିର୍ଦେଶ ଦିଆଯାଇଛି। ଅଗ୍ନିଶମ ବିଭାଗକୁ ମଧ୍ୟ ସଜାଗ ରଖାଯାଇଛି। କୌଣସି ମୁହୂର୍ତ୍ତରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଲେ ଲୋକଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବା ସହ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ପ୍ରଦାନ କରାଯିବ ବୋଲି କୁହାଯାଇଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories