www.samajalive.in
Saturday, December 6, 2025
16.1 C
Bhubaneswar

ପରଲୋକରେ ପଦ୍ମଶ୍ରୀ କମଳା ପୂଜାରୀ : ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ହେବ ଅନ୍ତିମ ସଂସ୍କାର

କଟକ : ଦେଶୀ ଧାନ ସଂରକ୍ଷଣର ପୁରୋଧା, କୋରାପୁଟ ଜିଲାର ଅନନ୍ୟ ଆଦିବାସୀ ପ୍ରତିଭା, ରାଜ୍ୟ ଯୋଜନା ବୋର୍ଡର ପୂର୍ବତନ ସଦସ୍ୟା, ବିଶ୍ୱପ୍ରସିଦ୍ଧ କୃଷିବିତ୍‌‌ ପଦ୍ମଶ୍ରୀ କମଳା ପୂଜାରୀଙ୍କର ଶନିବାର କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସ୍ପିଟାଲ (ଏସସିବି)ରେ ଦେହାନ୍ତ ଘଟିଛି। ତାଙ୍କୁ ୭୦ ବର୍ଷ ହୋଇଥିଲା। ବୃକ୍‌କ ଜନିତ ସମସ୍ୟା ଓ ପାଟିରେ ସଂକ୍ରମଣ ଯୋଗୁଁ ସେ କିଛି ଦିନ ଧରି ଅସୁସ୍ଥ ଥିଲେ। ଦୁଇ ଦିନ ହେଲା ଏସ୍‌ସିବି ଭେଷଜ ବିଭାଗ ଆଇସିୟୁରେ ଚିକିତ୍ସାଧୀନ ଥିଲେ। ଶନିବାର ଭୋର ୫ଟା ୪୫ ସମୟରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଏସ୍‌ସିବି ପକ୍ଷରୁ ସୂଚନା ଦିଆଯାଇଛି। ଜୈବିକ କୃଷିକୁ ପ୍ରୋତ୍ସାହନ ଦେବା, ବିଭିନ୍ନ କିସମର ଦେଶୀ ଧାନ ଓ ଅନ୍ୟାନ୍ୟ ଶସ୍ୟର ସଂରକ୍ଷଣ କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ। ଏ କ୍ଷେତ୍ରରେ ସେ ଦେଶ ବିଦେଶରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ। ସେଥିପାଇଁ ୨୦୧୯ ମସିହାରେ ତାଙ୍କୁ ପଦ୍ମଶ୍ରୀ ଉପାଧିରେ ଭୂଷିତ କରାଯାଇଥିଲା। ଏଥିସହ ସେ ବହୁ ଜାତୀୟ ଓ ଆନ୍ତର୍ଜାତିକ ସମ୍ମାନର ଅଧିକାରୀ ହୋଇଥିଲେ। ଆଜି(ରବିବାର) ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କମଳାଙ୍କ ଅନ୍ତିମ ସଂସ୍କାର ନିଜ ବାସସ୍ଥାନ ପାତ୍ରପୁଟ ଗ୍ରାମ ଶ୍ମଶାନରେ କରାଯିବ। ଏଥିପାଇଁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି।
ରାଜ୍ୟ ସ୍ବାସ୍ଥ୍ୟ ଓ ପରିବା କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଏସ୍‌ସିବିରେ ପହଞ୍ଚି କମଳାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଥିସହ ତାଙ୍କ ପୁତ୍ର ଟଙ୍କଧର ଓ ପରିବାରବର୍ଗଙ୍କୁ ସାନ୍ତ୍ବନା ଦେଇଥିଲେ। ଏସ୍‌ସିବି ପକ୍ଷରୁ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ତାଙ୍କ ମରଶରୀରକୁ କୋରାପୁଟ ପଠାଯାଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ଜିଲା ପ୍ରଶାସନ ପକ୍ଷରୁ କଟକ ଜିଲାପାଳ ଦାୟିତ୍ବରେ ଥିବା ଅତିରିକ୍ତ ଜିଲାପାଳ ଉମାକାନ୍ତ ରାଜ ଓ ଅତିରିକ୍ତ ଜିଲାପାଳ ଶିବ ଟପ୍ପୋ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳ, ସଂସ୍କୃତି ନିର୍ଦେଶକ ଦିଲୀପ ରାଉତରାୟ, ଅତିରିକ୍ତ ଆରକ୍ଷୀ ଉପାୟୁକ୍ତ ଅନିଲ କୁମାର ମିଶ୍ର, ସିଏମ୍‌ସି ମେୟର ସୁବାସ ସିଂ, ସିଏମ୍‌ସି କମିସନର ବିଜୟ ଦାସ, ଏସସିବି ଅଧୀକ୍ଷକ ଡା​‌. ସୁଧାଂଶୁ ଶେଖର ମିଶ୍ର, ଅଧ୍ୟକ୍ଷ ଡା. ପ୍ର‌େସନଜିତ୍‌‌ ମହାନ୍ତି, ପ୍ରଶାସନିକ ଅଧିକାରୀ ଡ. ଅବିନାଶ ରାଉତ, ଆନାଟୋମି ବିଭାଗ ମୁଖ୍ୟ ଡା. ରାଜଶ୍ରୀ ବିଶ୍ବାଳ, କଟକ ସଦର ତହସିଲଦାର ସୁଜୟ ପତି, ଜିଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ ଓ ଅନ୍ୟାନ୍ୟ ଅଧିକାରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କମଳାଙ୍କ ଦେହାନ୍ତ ଖବର ପ୍ରଚାରିତ ହେବା ପରେ କୋରାପୁଟ ଜିଲାରେ ଶୋକର ଛାୟା ଖେଳି ଯାଇଛି। ଶେଷ ଦର୍ଶନ ପାଇଁ ପାତ୍ରପୁଟକୁ ବିଭିନ୍ନ ବର୍ଗର ଲୋକଙ୍କ ସୁଅ ଛୁଟିଛି। କଟକରୁ ତାଙ୍କ ମରଶରୀର ପାତ୍ରପୁଟରେ ପହଞ୍ଚିବା ପରେ ଆଜି ଅନ୍ତିମ ସଂସ୍କାର କରାଯିବ ବୋଲି ବଡ଼ପୁଅ ଧନୁର୍ଜୟ କହିଛନ୍ତି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କମଳାଙ୍କ ଅନ୍ତିମ ସଂସ୍କାର ପାଇଁ ସ୍ଥାନୀୟ ପ୍ରଶାସନ ତରଫରୁ ପ୍ରସ୍ତୁତି କରାଯାଉଛି।

Hot this week

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

Related Articles

Popular Categories