ଭୁବନେଶ୍ୱର : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ଘଡଘଡି ସହ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ରାଜ୍ୟର ମୟୁରଭଞ୍ଚ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କଟକ, ଅନୁଗୁଳ, ଅନୁଗୁଳ, ଦେଓଗଡ, ସମ୍ବଲପୁର, ଝାରସୁଗୁଡା, କନ୍ଧମାଳ, ନୟାଗଡ ଓ ଖୋର୍ଦ୍ଧା ପ୍ରମୁଖ ଜିଲାରେ କାଳବୈଶାଖୀ ପ୍ରଭାବ ରହିବ। ପରେ ୧୬ ତାରିଖରେ ପାଗ ଶୁଖିଲା ରହିବା ସହ ୧୭ ତାରିଖରେ ମଧ୍ୟ କୋହଲା ରହିବା ପାଣିପାଗ ବିଭାଗ ସୂଚନା ଦେଇଛି।
ଅନ୍ୟ ପକ୍ଷରେ ବର୍ତ୍ତମାନ ସମଗ୍ର ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗତକାଲି ତାଳଚେରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୯.୪ ଡିଗ୍ରି ରେକର୍ଡ କରାଯାଇଛି, ସେହିପରି ସୁନ୍ଦରଗଡରେ ସର୍ବନିମ୍ନ ତାପମାତ୍ରା ୧୭ ଡିଗ୍ରି ରହିଥିଲା।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୫ଟି ଜିଲାରେ କାଳବୈଶାଖୀ ସମ୍ଭାବନା
Popular Categories



