ପାଣିପାଗ ବିଭାଗର ସତର୍କ ସୂଚନା ଜାରି-ରାଜ୍ୟରେ ୩ଦିନ ଲାଗି ରହିବ ଗ୍ରୀଷ୍ମପ୍ରବାହ

ଭୁବନେଶ୍ବର: ରାଜ୍ୟକୁ ମାଡ଼ି ଆସୁଛି ଗ୍ରୀଷ୍ମପ୍ରବାହ। ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ୪୫ଡିଗ୍ରୀ ଅତିକ୍ରମ କରିବାର ଆଶଙ୍କା ରହିଛି। ଉପକୂଳ, ପଶ୍ଚିମ, ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବ।

prayash

ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ସମେତ ମୟୂରଭଞ୍ଜ, ବାଲେଶ୍ବର ଏବଂ ଭଦ୍ରକର କିଛି ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୧୫ତାରିଖରୁ ରାଜ୍ୟ ମଧ୍ୟକୁ ପଶ୍ଚିମ ତଥା ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କବାୟୁୂ ପ୍ରବାହ କରିବା ଦ୍ବାରା ବିଭିନ୍ନ ସ୍ଥାନରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବ। ୧୫, ୧୬ ଏବଂ ୧୭ ତାରିଖ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ଥିବାରୁ ଏହି ତିନିଦିନ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର, ଅନୁଗୋଳ, ଦେବଗଡ଼, ବୌଦ୍ଧ ଏବଂ ବଲାଙ୍ଗୀରରେ ଗ୍ରୀଷ୍ମ ପ୍ରବାହ ଆଶଙ୍କା ରହିଛି।

ଏଠାରେ ସୂଚନା ଯୋଗ୍ୟ ଯେ ଶନିବାର ରାଜ୍ୟର ସବୁଠୁ ଅଧିକ ତାପମାତ୍ରା ସୁନ୍ଦରଗଡ଼ରେ ୪୧.୫ ଡିଗ୍ରୀ ରେକର୍ଡ ହୋଇଛି। ଏଥିସହିତ ଅନୁଗୋଳ ୪୦.୧ ଡିଗ୍ରୀ, ଟିଟିଲାଗଡ଼ ଏବଂ ବୌଦ୍ଧରେ ପାରଦ ୪୦ ଡିଗ୍ରୀ ରହିଛି। ଭୁବନେଶ୍ବର ୩୫.୫ ଏବଂ କଟକରେ ୩୪.୫ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

kalyan agarbati

Comments are closed.