www.samajalive.in
Sunday, December 14, 2025
23.1 C
Bhubaneswar

ଜଳ ପ୍ରପାତରୁ ପଥର ଖସି ୭ମୃତ, ୩୦ଆହତ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ରିଆସି ନିକଟସ୍ଥ ତଲୱାରଠାରେ ଅବସ୍ଥିତ ସିଆର ବାବା ଜଳ ପ୍ରପାତରୁ ବଡ଼ଧରଣର ପଥର ଖଣ୍ଡ ଖସି ୭ଜଣଙ୍କ ମୃତ୍ୟୁ ହୋଇଛି। ରବିବାର ଅପରାହ୍ଣରେ ବହୁ ସଂଖ୍ୟାରେ ପର୍ଯ୍ୟଟକ ଉତ୍ତର ଭାରତର ଏହି ସର୍ବବୃହତ୍‍ ଜଳ ପ୍ରପାତ ତଳେ ଗାଧଉଥିବାବେଳେ ପ୍ରାୟ ଶହେ ଫୁଟ ଉଚ୍ଚରୁ ହଠାତ୍‍ ବଡ଼ ପଥଣ ଖଣ୍ଡେ ଖସିପଡ଼ିଥିଲା। ରବିବାର ଥିବାରୁ ବହୁ ସଂଖ୍ୟାରେ ଯୁବଗୋଷ୍ଠୀ ସେଠାରେ ଖୁସି ମନାଉଥିଲେ। ପଥର ତଳେ ଚାପି ହୋଇ ୭ଜଣ ପ୍ରାଣ ହରାଇଥିଲାବେଳେ ୩୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୮ଜଣଙ୍କର ଅବସ୍ଥା ଗୁରୁତର ରହିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories