www.samajalive.in
Sunday, December 14, 2025
26.1 C
Bhubaneswar

ଦଣ୍ଡାଦେଶ ବିରୋଧରେ ଆଜି କରିବେ ଆବେଦନ

ରାୱଲପିଣ୍ଡି: ସ୍ଥାନୀୟ ଆଡିଆଲା କାରାଗାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନୱାଜ ସରିଫ ଓ କନ୍ୟା ମରୟାମଙ୍କୁ ଆରାମଦାୟକ ଦ୍ୱିତୀୟ ଶ୍ରେଣୀ ମର୍ଯ୍ୟାଦା ପ୍ରଦାନ କରାଯାଇଥିବା କୁହାଯାଉଥିଲେ ମଧ୍ୟ ବାସ୍ତବରେ ତାହା ଠିକ୍‍ ନୁହେଁ ବୋଲି ରବିବାର ଅଭିଯୋଗ କରିଛନ୍ତି ତାଙ୍କ ପୁଅ ହୁସେନ୍‍ ନୱାଜ ସରିଫ। ଶୁକ୍ରବାର ରାତିରୁ କାରାଗାରରେ ଆବଦ୍ଧ ବାପ-ଝିଅ ଓ ଜ୍ୱାଇଁ କ୍ୟାପ୍‍ଟେନ୍‍ ମହମ୍ମଦ ସଫଦରଙ୍କୁ ରବିବାର ପରିବାରବର୍ଗ ସାକ୍ଷାତ କରିଛନ୍ତି। ସରିଫଙ୍କ ସାନ ଭାଇ ତଥା ପାକିସ୍ତାନ ମୁସଲିମ୍‍ ଲିଗ୍‍(ନୱାଜ)ର ସଭାପତି ସେହବାଜ୍‍ ସରିଫ, ତାଙ୍କ ମାଆ, ସେହବାଜଙ୍କ ପୁଅ ହାମ୍‍ଜା ସେହବାଜ, ମାରୟାମଙ୍କ ଝିଅ ମେହରୁଁ ନିଶା ପ୍ରମୁଖ ସ୍ୱତନ୍ତ୍ର ଅନୁମତିକ୍ରମେ ଲାହୋରରୁ ରାୱଲପିଣ୍ଡି ଯାଇ କାରାଗାରରେ ବାପ-ଝିଅ-ଜ୍ୱାଇଁଙ୍କ ସହ ପ୍ରାୟ ଦୁଇ ଘଣ୍ଟା ଆଲୋଚନା କରିଛନ୍ତି। ସେହବାଜ କହିଛନ୍ତି ଯେ ଏହି ଜେଲ୍‍ ଦଣ୍ଡ ବିରୋଧରେ କ’ଣ ଆଇନଗତ ଓ ରାଜନୈତିକ ପଦକ୍ଷେପ ନିଆଯାଇପାରିବ ସେ ସମ୍ପର୍କରେ ପରିବାର ଓ ପାର୍ଟି ଚିନ୍ତା କରୁଛନ୍ତି। ସୋମବାର ଜାତୀୟ ଏକାଉଣ୍ଟେବିଲିଟି କୋର୍ଟ ରାୟ ପ୍ରତିବାଦରେ ମାମଲା ରୁଜୁ କରାଯିବ ବୋଲି ସରିଫ ଓ ମାରୟାମଙ୍କ ଓକିଲ କହିଛନ୍ତି। ତେବେ ସେମାନଙ୍କୁ ମାତ୍ର ୫ମିନିଟି ପାଇଁ ସରିଫଙ୍କ ସହିତ ସାକ୍ଷାତ ସୁଯୋଗ ମିଳିଥିଲା ବୋଲି ଓକିଲମାନେ କହିଛନ୍ତି।
ଅପରପକ୍ଷରେ ନୱାଜ ସରିଫଙ୍କ ପୁଅ ହୁସେନ୍‍ କାରଗାରରୁ ଫେରି କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇଥିବା କୋଠରି ନିମ୍ନ ମାନର ହୋଇଥିଲାବେଳେ ତାଙ୍କୁ ସେଠାରେ ଶଯ୍ୟା ଦିଆଯାଇ ନାହିଁ, ସେ ଚଟାଣରେ ଶୋଉଛନ୍ତି। ଗାଧୁଆ ଘର ଏତେ ଅପରିଷ୍କାର ଯେ କେତେ ବର୍ଷ ଧରି ସଫା ହୋଇ ନଥିବା ଜଣାପଡ଼ୁଛି। କୋଠରୀରେ ଏସି କିମ୍ବା ଟିଭି ନାହିଁ। ଖବରକାଗଜ ମଧ୍ୟ ତାଙ୍କୁ ଦିଆଯାଉ ନାହିଁ। ‘ବି କ୍ଲାସ୍‍’ ବା ଦ୍ୱିତୀୟ ଶ୍ରେଣୀ କଏଦୀଙ୍କୁ ଖଟ, ଟେବୁଏ-ଚୌକି, ଟିଭି, ଏସି ଭଳି ସମସ୍ତ ସୁବିଧା ସୁଯୋଗ ଦିଆଯିବାର ବ୍ୟବସ୍ଥା ଥିଲେ ମଧ୍ୟ ସରିଫଙ୍କୁ ସେଥିରୁ ବଞ୍ଚିତ କରାଯାଇଥିବା ହୁସେନ୍‍ ଅଭିଯୋଗ କରିଛନ୍ତି।

Hot this week

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

Related Articles

Popular Categories