ଅହମଦାବାଦର ନାମ କର୍ଣ୍ଣାବତୀ ରଖିବାକୁ ପ୍ରସ୍ତାବ

0

ଗାନ୍ଧିନଗର: ଗୁଜରାଟର ରାଜଧାନୀ ଅହମଦାବାଦର ନାମ ପରିବର୍ତ୍ତନ କରି କର୍ଣ୍ଣାବତୀ ରଖିବା ଲାଗି ବିଜେପି ନେତା ସୁବ୍ରମଣ୍ୟମ୍‍ ସ୍ୱାମୀ ଦାବି କରିଛନ୍ତି। କର୍ଣ୍ଣାବତୀ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଦୁଇଦିନିଆ ଯୁବ ପାର୍ଲାମେଣ୍ଟ (ସମ୍ମିଳନୀ)ରେ ଉଦ୍‍ବୋଧନ ଦେଇ ସ୍ୱାମୀ କହିଛନ୍ତି ଅହମଦାବାଦର ନାମ କର୍ଣ୍ଣାବତୀକୁ ପରିବର୍ତ୍ତନ କରାଯିବା ଦରକାର। କିଛିବର୍ଷ ପୂର୍ବେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମଦାବାଦର ନାମ ପରିବର୍ତ୍ତନ କରି କର୍ଣ୍ଣାବତୀ ରଖିବା ଲାଗି କେନ୍ଦ୍ର ସରକାରଙ୍କୁ ପତ୍ର ଲେଖିଥିଲେ। ମାତ୍ର କେନ୍ଦ୍ର ସରକାର ମୋଦୀଙ୍କର ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଥିଲେ। ମୋଦୀ ଏବେ ପ୍ରଧାନମନ୍ତ୍ରୀ ଥିବାରୁ ଏହି ପ୍ରସ୍ତାବ ଉପରେ ପୁନଃବିଚାର କରାଯିବା ଦରକାର।

Leave A Reply