www.samajalive.in
Sunday, December 7, 2025
14.1 C
Bhubaneswar

୫ ଦିନ ହେଲା ବାଲିଗୁଡାରେ ଜଳ ଯୋଗାଣ ବନ୍ଦ, ଲୋକେ ତ୍ରାହି ତ୍ରାହି ଡାକିଲେଣି

ଫୁଲବାଣୀ: ବର୍ଷା ଦିନରେ ପାଣି ପାଇଁ ଛଟପଟ ହେଉଛନ୍ତି ବାଲିଗୁଡା ସହରବାସୀ। ଆଗାମୀ ଦିନକୁ ନେଇ ଚିନ୍ତାରେ ଅଛନ୍ତି ସହରବାସୀ। ତିନିଦିନରୁ ଅଧିକ ଦିନ ହୋଇଗଲାଣି ବାଲିଗୁଡା ସହରେ ଜଳ ଯୋଗାଣ ବଦ ହୋଇଯାଇଛି। ପାନୀୟଜଳ ନିମନ୍ତେ ଲୋକେ ହନ୍ତସନ୍ତ ହେଉଛନ୍ତି। ପାଣି ପାଇଁ ଲୋକେ ବର୍ତ୍ତମାନ କୂପ କିମ୍ବା ନଳକୂପ ଉପରେ ଭରସା କରୁଛନ୍ତି। ସାହି ପଡିଶା ଘରୁ ହାଣ୍ଡି ମାଠିଆ ଧରି ପାଣି ମାଗୁଛନ୍ତି ଲୋକେ। ଗତ ତିନିଦିନ ଧରି ଜଳ ଯୋଗାଣ ବନ୍ଦ ଅଛି କାରଣ ମୋଟର ଖରାପ ଅଛି ବୋଲି ବାଲିଗୁଡା ଜଳ ଯୋଗାଣର ଦ୍ୱାୟୀତ୍ୱରେ ଥିବା କର୍ମଚାରୀମାନେ କହିଛନ୍ତି। କିନ୍ତୁ ପାଟଖଣ୍ଡା ସାହି, ଚମ୍ପାସାହି ଭଳି ବହୁସାହିକୁ ପାଞ୍ଚ ଦିନରୁ ଅଧିକ ଦିନ ହେବ ଜଳ ଯୋଗାଣ ବନ୍ଦ ରହିଅଛି। ପ୍ରତ୍ୟେକ ଦିନ ସକାଳୁ ଲୋକେ କାଳେ ପାଇପରେ ପାଣି ଆସିବ ଭାବି ପାଇପ ପାଖରେ ହାଣ୍ଡିମାଠିଆ ଧରି ଜଗି ରହୁଛନ୍ତି। କିନ୍ତୁ ଘଣ୍ଟାଘଣ୍ଡା ଧରି ଅପେକ୍ଷା କଲେ ମଧ୍ୟ ପାଣି ଆସୁନାହିଁ। ବାଧ୍ୟ ହୋଇ ଲୋକେ ଅସନ୍ତୋଷରେ ଘରକୁ ଫେରୁଛନ୍ତି। ଏହି ବାବଦରେ ପାନୀୟ ଜଳ ଯୋଗାଣ କାର୍ଯ୍ୟାଳୟକୁ ଗଲେ କାର୍ଯ୍ୟାଳୟରେ କାହାର ମଧ୍ୟ ଦେଖାନାହିଁ। ଯେଉଁ ୪ର୍ଥ ଶ୍ରେଣୀ କର୍ମଚାରୀ ଅଛନ୍ତି ପଚାରିଲେ କିଛି କହିପାରୁ ନ ଥିବା ବେଳେ ସାର୍‍ ଟୁର୍‍ରେ ଯାଇଥିଲେ ବୋଲି କହୁଛନ୍ତି। ପାନୀୟ ଜଳ ପାଇଁ କାହାକୁ ଗୁହାରୀ କରିବେ ବୋଲି ଏବେ ଦ୍ୱନ୍ଦ୍ୱରେ ଅଛନ୍ତି ଅଞ୍ଚଳବାସୀ। ପାନୀୟ ଜଳ ଯୋଗାଣ ତୁରନ୍ତ କରାଯାଉ ବୋଲି ଦାବୀ ହେଉଛି।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories