www.samajalive.in
Sunday, December 14, 2025
17.1 C
Bhubaneswar

କଲ୍ୟାଣସିଂହପୁରରେ ବିଶୁଦ୍ଧ ପାନୀୟ ଜଳ ସମସ୍ୟା

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାଠାରେ ସପ୍ତାହ ଧରି ବିଶୁଦ୍ଧ ପାନୀୟ ଜଳ ସମସ୍ୟା ଦେଖାଦେଇଛି । ସଦର ଥାନାଠାରୁ ଆରମ୍ଭ କରି ମୁଖ୍ୟ ସଡକ, ମୁଖ୍ୟ ବଜାର, କାମ୍ପସାହି, ବେହେରା ସାହି, ଗୌଡ଼ସାହି ଓ ପୁରୁଣା ବସଷ୍ଟାଣ୍ଡ ଦାନୁସାହି, କଦମ୍ବ ଦ୍ୱାରସାହି, କୁମ୍ଭାର ସାହିରେ ପ୍ରାୟ ୫୦୦ଘର ଅଧିବାସୀ ମୋଟ ୧୫ଶହ ଜନସଂଖ୍ୟା ରହିଛି । ଆଜକୁ ପ୍ରାୟ ସପ୍ତାହ ହେବ ସରକାରୀ ଯୋଗାଣ ବିଶୁଦ୍ଧ ପାନୀୟ ଜଳ ନପାଇବା ଯୋଗୁଁ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି । ଗ୍ରାମର ଉଭୟ ପାର୍ଶ୍ୱରେ ଥିବା ନାଗାବଳୀ ଓ କଲ୍ୟାଣି ନଦୀ ବର୍ଷା ଯୋଗୁଁ ଗୋଳିଆ ଓ ଉପରମୁଣ୍ଡରେ ଗାଈଗୋରୁ ଘୁଷୁରୀମାନଙ୍କ ଦ୍ୱାରା ଅପରିଷ୍କାର ହେଉଥିବାରୁ ଘରୋଇ ବ୍ୟବହାର ହୋଇପାରୁନାହିଁ । ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ, ବ୍ଲକ ପ୍ରଶାସନ ଓ ଜନପ୍ରତିନିଧିଙ୍କ ଅବହେଳା ଏବଂ ଜାଣିଶୁଣି ନିରବ ରହିବା ଏମାନଙ୍କ ଉଦାସୀନତା ଯୋଗୁଁ ଗ୍ରାମବାସୀ ବିଶୁଦ୍ଧ ପାନୀୟଜଳ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ପ୍ରକାଶ ଥାଉକି, ମୁଖ୍ୟ ରାସ୍ତା ନିର୍ମାଣର ଉଭୟ ପାର୍ଶ୍ୱରେ କେନାଲ ଖୋଲା ହେବା ଯୋଗୁଁ ପୁରୁଣା ପାଇପ କାଚରାସାହି ଓ ଥାନା ପାଖରେ ଫାଟିଯାଇ ଛିଦ୍ର ହୋଇ ପାଣି ବେକାର ନଷ୍ଟ ହୋଇ ବୋହିଯାଉଛି । ବର୍ତ୍ତମାନ ସ୍ଥାନୀୟ ବାସିନ୍ଦା ବାଧ୍ୟ ହୋଇ ନଦୀର ଅପରିଷ୍କାର ଗୋଳିଆ ପାଣି ବ୍ୟବହାର କରିବା ଦ୍ୱାରା ପତଳା ଝାଡା, କାଛୁକୁଣ୍ଡିଆ ଭଳି ହଇଜା ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି । ପୂର୍ବରୁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଆସୁଥିଲେ । ବର୍ତ୍ତମାନ ରାସ୍ତା ନିର୍ମାଣ କାର୍ୟ୍ୟ ଚାଲୁଥିବା ଯୋଗୁଁ ଉକ୍ତ ପୁରୁଣା ପାଇପ ଲାଇନକୁ ବନ୍ଦ କରି ଦେଇ ନୂତନ ପାଇପ ଲାଇନ ବିଛାଉଛନ୍ତି । ଅନେକ ସାହିକୁ ନୂତନ ପାଇପ ଲାଇନ ସଂଯୋଗ କରିଛନ୍ତି । ଯାହା ଫଳରେ ଆଜକୁ ସପ୍ତାହ ହେବ ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ଅଛନ୍ତି ଲୋକେ। ଜଳ ବିଭାଗର କାମ ଖିଆଲ ଓ କାର୍ୟ୍ୟରେ ବିଳମ୍ବ କରୁଥିବା ଯୋଗୁଁ ପୁଣି କାର୍ଯ୍ୟ ଶେଷ ହେବାକୁ ପ୍ରାୟ କିଛିଦିନ ଲାଗିବ । ଏଥି ମଧ୍ୟରେ ଏନେକ ଲୋକ ଅପରିଷ୍କାର ପାଣି ବ୍ୟବହାର କରି ବିଭିନ୍ନ ରୋଗରେ ଆକ୍ରାନ୍ତ ହେବେ ତାହା ଏଡାଇହେବ ନାହିଁ ।

- Advertisement -

ଉଲ୍ଲେଖଯୋଗ୍ୟ, ଉକ୍ତ ବ୍ଲକରେ କିଛିଦିନ ହେବ ହଇଜା ଓ କଲେରା ରୋଗରେ ଜଣେ ମୃତ୍ୟୁ ହୋଇଥିବା ବେଳେ ୨୨ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ହୋଇ ସାରିଛନ୍ତି । ତୁରନ୍ତ ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେଇ ପାନୀୟ ଜଳ ସମସ୍ୟା ଦୂର ନକଲେ କାଶୀପୁର ଭଳି ଅନେକ ଲୋକଙ୍କ ଜୀବନ ଚାଲିଯିବ ତାହା ଏଡାଇହେବ ନାହିଁ । ଏହାର ଯଥା ଶୀଘ୍ର ପ୍ରତିକାର ବ୍ୟବସ୍ଥା ଗ୍ରହଣ କରି ସ୍ଥାନୀୟ ଲୋକଙ୍କୁ ପାନୀୟଜଳ ର ବ୍ୟବସ୍ଥା କରିବା ପାଇଁ ଜନସାଧାରଣଙ୍କ ଦାବି ହୋଇଛି । ତୁରନ୍ତ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ସ୍ଥାନୀୟ ପ୍ରଜା କ୍ରୋଧିରେ ଜଳି ରାଜରାସ୍ତାକୁ ଓହ୍ଲାଇବାକୁ ପଚାଇବୁ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି । ଏବିଷୟରେ ସରପଞ୍ଚ ଗୌତମ ବାର୍ଲିଙ୍କୁ ପଚାରିବାରୁ ସେ କହିଲେ । ବର୍ତ୍ତମାନ ବଡ ଟେଙ୍କର ଯୋଗେ ପାଣି ଯୋଗାଯାଉଛି । ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀଙ୍କ କହି ତୁରନ୍ତ ସମାଧାନ କରାଯିବ ବୋଲି କହିଛନ୍ତି । ଉକ୍ତ ଅଞ୍ଚଳକୁ ପାଣି ଯୋଗାଈ ଦିଆଯାଉଛି ସତ । ତାହା ସମୁଦ୍ରକୁ ଶଙ୍ଖେ ଭଳି ହେଉଛି । ଏ ବିଷୟରେ ଜଳ ଯୋଗାଣ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ନିଳିମା ପ୍ରିୟଦର୍ଶନୀ ଦାସଙ୍କୁ ଯୋଗାଯୋଗ ହୋଇପାରୁନାହିଁ । ଏବିଡ଼ିଓ ବଳରାମ ପାତ୍ରଙ୍କୁ ପଚାରିବାରୁ ସେ କହିଲେ କନିଷ୍ଠ ଯନ୍ତ୍ରୀଙ୍କ ସହିତ କଥା ହୋଇଛି, ପାଇପ ଲାଇନ କାମ ଚାଲିଛି । ତାହା ଦୁଇ ତିନି ଦିନ ମଧ୍ୟରେ ସରିବ ତାହା ପରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯିବ ବୋଲି କହିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories