ଭୁବନେଶ୍ବର: ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଆଇପିଏସ ସ୍ତରରେ ଅଦଳ ବଦଳ କରାଯାଇଛି। ଏହି କ୍ରମରେ ପ୍ରହ୍ଲାଦ ସହାଇ ମୀନା ବୌଦ୍ଧର ନୂଆ ଏସ୍ପି ହୋଇଥିବାବେଳେ କ୍ରାଇମ ଡିସିପି ପ୍ରମୋଦ ରଥଙ୍କୁ ଦେବଗଡ଼ ଏସ୍ପି ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଚିତ୍ତରଞ୍ଜନ ସାମଲଙ୍କୁ କମ୍ପ୍ୟୁଟର ଏସ୍ପି, ଭୁବନେଶ୍ବରରେ ଅବସ୍ଥାପିତ କରାଯାଇଛି। ପଦୋନ୍ନତି ପରେ କଟକ-ଭୁବନେଶ୍ବର କ୍ରାଇମ ଡିସିପି ଭାବେ ସୁଦାମ ସାହୁଙ୍କୁ ନିଯୁକ୍ତି ଦିଆଯାଇଛି। ସୟଦ ମୁଜିବୁର ରେହମାନଙ୍କୁ ସିଗନାଲ ଏସ୍ପି ଦାୟିତ୍ବ ଦିଆଯାଇଥିବାବେଳେ କିଶୋର କୁମାର ପାଣିଗ୍ରାହୀ ହେଲେ ଏସ୍ଟିଏଫ ଏସପି ଏବଂ ଜ୍ଞାନରଞ୍ଜନ ମହାପାତ୍ର ହେଲେ ସ୍ପେଶାଲ କ୍ରାଇମ ବ୍ରାଞ୍ଚ ଏସ୍ପି ଭାବେ ନିଯୁକ୍ତି ଦିଆଯାଇଛି।
Popular Categories



