ଡେସ୍କ: ସୋମବାର ଠାରୁ ନିଖୋଜ ଥିବା ପାକିସ୍ତାନ ସେନାର ହେଲିକପ୍ଟରର ଭଗ୍ନାବଶେଷ ଠାବ ହୋଇଛି। ଏହି ଘଟଣାରେ ୬ ଜଣ ସେନା ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବଲୁଚିସ୍ତାନର ଉତ୍ତର-ପଶ୍ଚିମାଞ୍ଚଳରେ ଗତକାଲି ରାତି ସମୟରେ ଏହି ହେଲିକପ୍ଟର ନିଖୋଜ ହୋଇଯାଇଥିଲା। ସେବେଠାରୁ ଏହାର ଅନୁସନ୍ଧାନ ଆରମ୍ଭ ହୋଇଥିବା ବେଳେ ଆଜି ଏହାର ଭଗ୍ନାବଶେଷ ମୂଷାଗୋଠ ଠାରେ ଠାବ କରାଯାଇଛି। ଖରାପ ପାଗ ଯୋଗୁ ଏହି ଦୁର୍ଘଟଣା ଘଟିଥିବା ଆକଳନ କରାଯାଇଛି।
ସୂଚନା ଅନୁଯାୟୀ, ସେଥିରେ ଯାତ୍ରା କରୁଥିବା ୬ ଜଣ ସେନା ଅଧିକାରୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଲେପଟନାଣ୍ଟ ଜେନେରାଲ ସରଫରାଜ ଅଲ୍ଲୀ ଅଛନ୍ତି। ଏହି ଘଟଣାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହେବାଜ ସରିଫ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଗଭୀର ଶୋକ ପ୍ରକାଶ କରିଛନ୍ତି।



