ଭାବ ଓ ଭକ୍ତିର ନିଦର୍ଶନ:ବାରିପଦାରୁ ପୁରୀ

0

ବାରିପଦା: ବ୍ରହ୍ମାଣ୍ଡ ଗୋସେଇଁ ଜଗତର ନାଥ ଜଗନ୍ନାଥଙ୍କ ଡାକକୁ କିଏ ବା ଅବଜ୍ଞା କରିପାରିଛି। ଭାବ ଓ ଭକ୍ତର ଠାକୁର କାଳିଆର ଡୋରି ଲାଗିଲେ ଭକ୍ତ କରିପାରେ ଅସାଧ୍ୟକୁ ସାଧନ। ଭକ୍ତିର ଶକ୍ତିରେ ଲୌକିକ ହୋଇଯାଏ ଅଲୌକିକ। ଦୁର୍ଗମ ସାତସମୁଦ୍ର, ପାହଡ଼, ପର୍ବତ, ବଣ, ଜଙ୍ଗଲ ପାଲିଟି ଯାଏ ସୁଗମ। ଭକ୍ତର ଭଗବାନଙ୍କ ସାନ୍ନିଧ୍ୟ ପାଇଁ ଭକ୍ତ ଆଗରେ ସବୁ କଷ୍ଟ, କ୍ଷୁଧା ଓ ଶ୍ରମ ତୁଚ୍ଛ ପାଲଟିଯାଏ। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ବାରିପଦାରେ।
ଧର୍ମ, ଜାତି, ବର୍ଣ୍ଣର ଊଦ୍ଧ୍ୱର୍ରେ କଳାଠାକୁର ସମଗ୍ର ବିଶ୍ୱବାସୀଙ୍କୁ ଦର୍ଶନ ଦେବେ ରଥ ଯାତ୍ରାରେ। ତେଣୁ ଏହି ରଥ ଯାତ୍ରାରେ ତିନିଠାକୁରଙ୍କ ନିକଟରେ ପହଞ୍ôଚବାର ଲକ୍ଷ୍ୟ ନେଇ ବାରିପଦାରୁ ବାହାରିଛନ୍ତି ଭକ୍ତଙ୍କ ଏକ ଦଳ। ପାଦରେ ଚାଲିଚାଲି ୩୫୦କିମି ଅତିକ୍ରମ କରି ଜୁଲାଇ ୧୪(ରଥ ଯାତ୍ରା)ରେ ପୁରୀ ପହଞ୍ôଚବାର ଲକ୍ଷ୍ୟ ରଖିଛନ୍ତି ଏହି ଭକ୍ତମାନେ।
ଭକ୍ତଙ୍କ ଏଭଳି ଭାବପ୍ରବଣତା ଆଜି ନୂଆ ନୁହେଁ। ଭକ୍ତ ଚୈତନ୍ୟ ଓ ଭକ୍ତ ସାଲବେଗ ମଧ୍ୟ ପାଦରେ ଚାଲିଚାଲି କାଳିଆଙ୍କ ଦର୍ଶନ ପାଇଁ ପୁରୀ ପହଞ୍ôଚ ଥିଲେ। ଲକ୍ଷ୍ମଣ ବାରିକ, ବାଇଧର ପରିଡ଼ା, ବିଷ୍ଣୁଶଙ୍କର ରାଉତଙ୍କ ପରି ୫୦ରୁ ଊଦ୍ଧ୍ୱର୍ ବୟସ୍କ ବ୍ୟକ୍ତି ଜଗନ୍ନାଥ ଦର୍ଶନ ପାଇଁ ସୋମବାର ବାରିପଦାରୁ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ବାରିପଦାବାସୀ ତାଙ୍କର ଏଭଳି ଅଦମ୍ୟ ସାହସ, ଆବେଗ ଓ ଭକ୍ତିଭାବକୁ ସମ୍ମାନ ଓ ଶ୍ରଦ୍ଧା ଜଣାଇଛନ୍ତି। ନାମ ସଂକୀର୍ତ୍ତନ ସହ ପଥଯାତ୍ରୀଙ୍କୁ ଗ୍ରାମବାସୀ ବାଟେଇ ଦେଇଛନ୍ତି।

kalyan agarbati
Leave A Reply