BJD Bijuli 480×75 Mob

ଆଇସିୟ୍ୟୁରେ ଗାୟକ ୱାଜିଦ୍‍ ଖାନ

BJD Bijuli 480×75 Mob
0

ନୂଆଦିଲ୍ଲୀ : ବଲିଉଡର ପ୍ରସିଦ୍ଧ ଗାୟକ ୱାଜିଦ୍‍ ଖାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ଡାକ୍ତରଖାନା ଆଇସିୟ୍ୟୁରେ ଭର୍ତ୍ତି କରାଯାଇଛି। ‘ସ୍ପଟବୟ’ର ଖବର ଅନୁସାରେ ଛାତିରେ ଯନ୍ତ୍ରଣା ହୋଇଥିବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ଏହି ସମୟରେ ଗାୟକ ୱାଜିଦ୍‍ଙ୍କ ସହ ତାଙ୍କ ସହଯୋଗୀ ସାଜିଦ୍‍ ଖାନ ସମେତ ବହୁ ଲୋକ ଡାକ୍ତରଖାନାରେ ଉପସ୍ଥିତ ଅଛନ୍ତି।
ଗାୟକ ୱାଜିଦ୍‍ ଖାନଙ୍କ ଭାଇ ସାଜିଦ୍‍ ଖାନଙ୍କ ସହ ମିଶି ବଲିଉଡ ଚଳଚ୍ଚିତ୍ରରେ ବହୁ ଲୋକପ୍ରିୟ ଗୀତ ଗାଇଛନ୍ତି। ଅଭିନେତା ସଲମନ ଖାନଙ୍କ ଚଳଚ୍ଚିତ୍ର ‘ୱାଣ୍ଟେଡ’, ‘ମୁଝସେ ଶାଦି କରୋଗି’, ‘ଏକ ଥା ଟାଇଗର’, ‘ଦବଙ୍ଗ’ ଆଦି ଲୋକପ୍ରିୟ ଚଳଚ୍ଚିତ୍ରରେ ଗୀତ ଗାଇଛନ୍ତି। ନିକଟରେ ଏହି ଯୋଡି ଜନ ଅବ୍ରହମଙ୍କ ଅଭିନୀତ ‘ସତ୍ୟମେବ ଜୟତେ’ରେ ଗୀତ ଗାଇଛନ୍ତି। ସଲମନ ଖାନଙ୍କ ଚଳଚ୍ଚିତ୍ର ‘ଦବଙ୍ଗ’ ଗୀତ ପାଇଁ ଏହି ଯୋଡିକୁ ୨୦୧୧ରେ ଫିଲ୍ମଫେୟାର ପୁରସ୍କାର ପାଇସାରିଛନ୍ତି।

Leave A Reply