www.samajalive.in
Monday, December 15, 2025
17.1 C
Bhubaneswar

ବିଜେପିର ଭୋଟର ସଚେତନତା ମହାଅଭିଯାନ ପାଇଁ ପ୍ରସ୍ତୁତି

ଆଠଗଡ :  ଆଠଗଡ ବିଜେପି ପକ୍ଷରୁ ବିଧାନସଭାସ୍ତରୀୟ ଭୋଟର ସଚେତନତା ମହାଅଭିଯାନ ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ଏହି ଉପଲକ୍ଷେ ରବିବାର ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବ୍ରଜେନ୍ଦ୍ର ରାୟଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ସାଧାରଣ ସଂପାଦକ ରାମନାରାୟଣ ମହାନ୍ତି, ନିର୍ବାଚନ ମଣ୍ଡଳି ସଂଯୋଜକ ବିକ୍ରମ କେଶରୀ ଦାଶ, ବିସ୍ତାରକ ଅରକ୍ଷିତ ଖୁଣ୍ଟିଆ ଜିଲ୍ଲା ଉପସଭାପତି ଆଲୋକ ମହାନ୍ତି, ଅନ୍ୟତମ ଉପସଭାପତି ବିଚିତ୍ରାନନ୍ଦ ଜେନା, ଜିଲ୍ଲା ସଂପାଦିକା ହେମମଞ୍ଜରୀ ଭଞ୍ଜଦେଓ ପ୍ରମୁଖ ଯୋଗଦେଇ ରାଜ୍ୟରେ ବିଜେଡି ଆଗୁଆ ନିର୍ବାଚନ ପାଇଁ ପ୍ରୟାସ ଆରମ୍ଭ କରିଥିବାରୁ ଭାରତୀୟ ଜନତା ପାର୍ଟି  ଶାସକ ଦଳକୁ ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ପ୍ରକାଶ କରିଥିଲେ। ନିର୍ବାଚନ ମଣ୍ଡଳିର ପ୍ରତ୍ୟେକ ବୁଥ୍‌‌ରେ ବୁଥ୍‌‌ କମିଟି ଗଠନ କରି ସେଗୁଡିକୁ ମଜବୁତ୍‌‌ କରିବା, ଭୋଟର ତାଲିକାରେ ମୃତ, ଅନୁପସ୍ଥିତ ଓ ସ୍ଥାନାନ୍ତରିତ ଭୋଟରଙ୍କ ନାମ ବାଦ୍‌‌ ଦେବା ପାଇଁ କାର୍ଯ୍ୟକର୍ତ୍ତା ଉଦ୍ୟମ କରିବାକୁ ପରାମର୍ଶ ଦିଆଯାଇଥିଲା।

ରାଜ୍ୟ ସରକାରଙ୍କର ଭ୍ରଷ୍ଟାଚାର ଓ ଦୁର୍ନୀତି ବିରୋଧରେ ଏନଏସିରେ ଥିବା ୬ଟି ଏବଂ ଆଠଗଡ ଓ ତିଗିରିଆ ବ୍ଲକରେ ଥିବା ମୋଟ ୫୪ଟି ଶକ୍ତି କେନ୍ଦ୍ରରେ ଆସନ୍ତା ୩୧ତାରିଖ ମଧ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନାକୁ ନିଜ ନାମରେ କରି ବାହା ବାହା ନେଉଥିବାରୁ ସେ ସଂପର୍କରେ ଭୋଟରଙ୍କୁ ସଚେତନ କରାଯିବ। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ କାର୍ଯ୍ୟକାଳ ମଧ୍ୟରେ ସମବାୟ ଓ କୃଷି ଦୁର୍ନୀତି ସହିତ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ ସଂପର୍କରେ ବ୍ୟାପକ ପ୍ରଚାର ପ୍ରସାର କରିବା ଲାଗି ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଏଥିରେ ସମସ୍ତ ମଣ୍ଡଳର ସଭାପତି ତପନ ଲେଙ୍କା, ଉମେଶ ସାମଲ, ନିର୍ମଳ କୁମାର, ଚିନ୍ମୟ ମଲ୍ଲିକ, ସନ୍ତୋଷ ରାଉତ, ହେମନ୍ତ କୁମାର ମହାନ୍ତିଙ୍କ ସମେତ ସମସ୍ତ ବୁଥର ସଭାପତି ଓ ବହୁ ଆଗଧାଡିର ଦଳୀୟ ନେତା ଏହି ବୈଠକରେ ଉପସ୍ଥିତ ରହିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories