www.samajalive.in
Sunday, December 14, 2025
23.1 C
Bhubaneswar

ବେଣ୍ଟପଦାରେ ରକ୍ତଦାନ ଶିବିର, ୧୦୮ୟୁନିଟ ରକ୍ତ ସଂଗୃହିତ

ଆଠଗଡ :  ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ଆନୁକୁଲ୍ୟରେ ବେଣ୍ଟପଦା କଲ୍ୟାଣ ମଣ୍ଡପଠାରେ ରବିବାର ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଆଠଗଡ ବ୍ଲକ ବିଜେଡି ସଭାପତି ରବିନ୍ଦ୍ରନାଥ ରାଉତ ଏହାକୁ ଉଦ୍‌‌ଘାଟନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ମୁଖ୍ୟଅତିଥି ଭାବେ ସର୍ବୋଚ୍ଚ ନ୍ୟାୟାଳୟର ଆଇନଜୀବୀ ତଥା ଯୁବନେତା ଆଦିତ୍ୟ ପ୍ରତାପ ସ୍ୱାଇଁ ଯୋଗଦେଇ କଟକ ଜିଲ୍ଲାରେ ରକ୍ତର ଅଭାବ ପୂରଣ ଦିଗରେ ଆଠଗଡର ଅବଦାନ ଅନସ୍ୱୀକାର୍ଯ୍ୟ ବୋଲି ମତବ୍ୟକ୍ତ କରିବା ସହ ରକ୍ତଦାତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ଶିବିରରେ କଟକ ଏସସିବି ମେଡିକାଲ କଲେଜ ରକ୍ତଭଣ୍ଡାରର ଡାକ୍ତରୀଦଳ ଯୋଗଦେଇ ୧୦୮ଜଣ ସ୍ୱେଚ୍ଛାକୃତ ରକ୍ତଦାତାଙ୍କ ରକ୍ତ ସଂଗ୍ରହ କରିଥିଲେ।

ଏହି ଶିବିରରେ ଜିଲ୍ଲା ପରିଷଦ ସଭ୍ୟ ବଳଭଦ୍ର ବାଘ, ବେଣ୍ଟପଦା ବିଜେଡି ସଭାପତି ଚୈତନ୍ୟ ବେହେରା, ସରପଞ୍ଚ ଶ୍ରୀକାନ୍ତ ପଣ୍ଡା, ସମିତିସଭ୍ୟ ରୂପ ମଲ୍ଲିକ, ବରିଷ୍ଠ ନେତ୍ରୀ ନିରୂପମା ଭଞ୍ଜ, ପବିତ୍ର କୁମାର ସାହୁ, ଦେବାଶିଷ ମହାପାତ୍ର, ସନ୍ତୋଷ କୁମାର ସେନାପତି, ବାସନ୍ତି ରାଉଳ, ବିଭୂପ୍ରସାଦ ସେଠୀ, ନିର୍ମଳ ନାଥ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଜୀବନବିନ୍ଦୁ ଆବାହକ ରାକେଶ ଦାଶ, ସଂଯୋଜକ ପ୍ରଦୀପ୍ତ କୁମାର ଦାସ, କେଶବ ଜେନା, ଶ୍ୟାମ ପ୍ରସାଦ ପଣ୍ଡା, ଶୁଭେନ୍ଦୁ ବେଉରା ଓ ଶିଶିର ପ୍ରସାଦ ମାନସିଂହ ପ୍ରମୁଖ ଶିବିର ପରିଚାଳନା କରିଥିଲେ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories