www.samajalive.in
Sunday, December 14, 2025
23.1 C
Bhubaneswar

ବୈଦିକ ବ୍ରାହ୍ମଣ ସମାଜ ବାର୍ଷିକୋତ୍ସବ

ଚୌଦ୍ୱାର : ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ବୈଦିକ ବ୍ରାହ୍ମଣ ସମାଜର ବାର୍ଷିକୋତ୍ସବ ସ୍ଥାନୀୟ ଟାଉନହଲରେ ଅନୁଷ୍ଠିତ ହୋଇ ଯାଇଛି । ବ୍ଲକ୍ ବ୍ରାହ୍ମଣ ସମାଜ ସଭାପତି ବିଭୁଦେନ୍ଦୁ ଷଢ଼ଙ୍ଗୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅତିଥି ଭାବେ ଯୋଗଦେଇ ବ୍ରାହ୍ମଣ ସମାଜର ଲୋକମାନେ ନୈତିକତାକୁ ବଜାୟ ରଖି କାର୍ଯ୍ୟକରିବା ସହିତ ଏକ ସୁସ୍ଥ ସମାଜ ଗଠନରେ ସାମିଲ ହେବାପାଇଁ ପରାମର୍ଶ ଦେଇଥିଲେ । ବ୍ରାହ୍ମଣ ସମାଜର ପିଲା ମାନଙ୍କ ଶିକ୍ଷା, ବିବାହ, ବ୍ରତୋପନୟନ, ବସ୍ତ୍ରଦାନ, ବୈଦିକ କର୍ମକାଣ୍ଡ ଶିକ୍ଷା ସହିତ ଜାତିର ବିକାଶ ପାଇଁ କାର୍ଯ୍ୟକରି ଟାଙ୍ଗୀ-ଚୌଦ୍ୱାର ବ୍ରହ୍ମଣ ସମାଜ ସମସ୍ତଙ୍କର ପ୍ରିୟ ଭାଜନ ହୋଇପାରିଥିବା ସୂଚନା ଦେଇ ସମାଜର କାର୍ଯ୍ୟକୁ ଚୌଦ୍ୱାର କଟକ ବିଧାୟକ ସୌଭିକ୍ ବିଶ୍ୱାଳ ପ୍ରଶଂସା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷା ମଧୁସ୍ମିତା ସେଠୀ, ଚୌଦ୍ୱାର ପୌର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ବିଜେଡ଼ି ନେତା ସେକ୍ ସାହାଜାନ୍ ପ୍ରମୁଖ ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ପାଦକ ଦିଲ୍ଲିପ କୁମାର ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ସଂଗଠନର ୨୦୦ରୁ ଅଧିକ ସଦସ୍ୟଙ୍କୁ ପରିଚୟପତ୍ର ପ୍ରଦାନ ସହିତ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। କୋଷାଧ୍ୟକ୍ଷ ସୁଶୀଲ କୁମାର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ସମାଜର କାର୍ଯ୍ୟକାରୀ ସଭାପତି ନିରଞ୍ଜନ ହୋତା, ବ୍ରଜବନ୍ଧୁ କର, ପବିତ୍ର ମୋହନ ଷଢ଼ଙ୍ଗୀଙ୍କ ସମେତ ସଦସ୍ୟବୃନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories