www.samajalive.in
Wednesday, December 10, 2025
26.1 C
Bhubaneswar

ଇଣ୍ଡିଆ ବୁକ ଅଫ୍ ରେକର୍ଡ଼ସରେ ପ୍ରଶଂସା ସାଉଁଟିଲେ ଅଜିତ

ପାତ୍ରପୁର : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ତାଣ୍ଡିପୁର ପଞ୍ଚାୟତ ରାଜପୁର ଗ୍ରାମର ଯୁବକ ଅଜିତ ମଲ୍ଲିକ ୟୁଟ୍ୟୁବରେ ଭିଡିଓ ପୋଷ୍ଟ କରି ତାଙ୍କ ନାମ ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସ୍ଥାନିତ କରି ପୁରସ୍କୃତ  ହୋଇ ଅଞ୍ଚଳ ପାଇଁ ଗର୍ବ ଆଣିଛନ୍ତି । ମାସକ ମଧ୍ୟରେ ନିଜ ୟୁଟ୍ୟୁବ ଚ୍ୟାନେଲ “ଫିଜିକ୍ସ ଉଇଥ ଅଜିତ” ରେ ୫୪ଗୋଟି ପଦାର୍ଥ ବିଜ୍ଞାନ ଭିଡ଼ିଓ ଅପଲୋଡ଼ କରି ଅଜିତ ଏହି ରେକର୍ଡର ଅଧିକାରୀ ହୋଇ ପାରିଛନ୍ତି । ଚଳିତ ବର୍ଷ ଜୁନ ୨୭ ତାରିଖରେ ସେ ନିଜ ୟୁଟୁବ ଚ୍ୟାନେଲ ଆରମ୍ଭ କରି ଜୁଲାଇ ୨୭ ଭିତରେ ସର୍ବାଧିକ ୫୪ ଗୋଟି ଭିଡ଼ିଓ ଅପଲୋଡ଼ କରିବା ପରେ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରି ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ଅଜିତଙ୍କ ନାମ ସ୍ଥାନିତ ହେବା ସହିତ ତାଙ୍କୁ ପଦକ, ପରିଚୟ ପତ୍ର, କଲମ ସହିତ ମାନପତ୍ର ଦେଇ ଇଣ୍ଡିଆ ବୁକ ସମ୍ମାନିତ କରିଛି । ଏଭଳି ପଦାର୍ଥ ବିଜ୍ଞାନର ଭିଡ଼ିଓ ଅପଲୋଡ଼ କରି ଅଜିତ ଶହ ଶହ ଛାତ୍ରଛାତ୍ରୀଙ୍କ ପାଇଁ ଆଦର୍ଶ ପାଲଟି ଯାଇଛନ୍ତି। ଓଡିଶା ତଥା ଓଡିଶା ବାହାରେ ମଧ୍ୟ  ବହୁ  ଛାତ୍ରଛାତ୍ରୀ ତାଙ୍କ “ଫିଜିକ୍ସ ଉଇଥ ଅଜିତ, ୟୁଟ୍ୟୁବ ଚ୍ୟାନେଲ ଭିଡିଓ ମାଧ୍ୟମରେ ଦେଖି  ସଫଳତା ହାସଲ କରି ଥିବା  ଜଣାପଡ଼ିଛି। କ୍ୱାଣ୍ଟମ ମେକାନିକ, କ୍ଲାସିକ ମେକାନିକ, ବିଦ୍ୟୁତ କ୍ଷେତ୍ର,ଏକକ ଓ ମାତ୍ରା, କୁଲମଙ୍କ ନିୟମ ଭଳି ବିଷୟରେ ସେ ୟୁଟ୍ୟୁବରେ ଭିଡିଓ  ଛାଡିଥିଲେ । ପାତ୍ରପୁର ବ୍ଲକ ରାଜପୁର ଗ୍ରାମର ବିଜୟ କୁମାର ମଲ୍ଲିକ ଓ ଝୁନୁ ଲତା ମଲ୍ଲିକଙ୍କ ପୁତ୍ର ଅଜିତ ଏବେ ବ୍ରହ୍ମପୁରର ଏକ  ଘରୋଇ କଲେଜରେ  ଅଧ୍ୟାପକ ଭାବେ କାର୍ଯ୍ୟରତ ଅଛନ୍ତି । ତାଙ୍କର ଏଭଳି ପାରଦର୍ଶିତା ଯୋଗୁଁ ପାତ୍ରପୁର ବ୍ଲକର ବିଭିନ୍ନ ମହଲରୁ ତାଙ୍କ ପାକକୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories