ବାନ୍ତି ରୋକିବାର ସହଜ ଉପାୟ

0

ସାଧାରଣତଃ ବହୁ ଲୋକଙ୍କର ବସ୍‍, କାର୍‍, ଉଡ଼ାଜାହାଜ ଆଦିରେ ଯାତ୍ରା କରିବା ସମୟରେ ବାନ୍ତି ହେବା ସହ ମୁଣ୍ଡ ମଧ୍ୟ ବ୍ୟଥା ହୋଇଥାଏ। ୨ରୁ ୩ ଘଣ୍ଟା ରାସ୍ତା ଯାତାୟତ ମଧ୍ୟରେ ଏହି କାରଣ ହେତୁ ବହୁ ସମସ୍ୟା ହେବା ସହ ଶରୀର ଅସୁସ୍ଥ ହୋଇପଡ଼େ। ଏହାକୁ କିଛି ସହଜ ଉପାୟ ଅବଲମ୍ବନ ଦ୍ୱାରା ରୋକି ହେବ। ଆସନ୍ତୁ ସେହି ଉପାୟ ବିଷୟରେ ଜାଣିବା।
କମଳା – ଯାତାୟତ ସମୟରେ ଏକ କମଳାକୁ ଛଡ଼ାଇ ଚୋପାକୁ ହାତରେ ଧରି ରଖିଲେ ବାନ୍ତି ହୋଇ ନ ଥାଏ। କମଳାକୁ ଖାଇବା ଦ୍ୱାରା ମଧ୍ୟ ବାନ୍ତି ବନ୍ଦ ହେବା ସହ ମୁଣ୍ଡ ବ୍ୟଥା ଦୂର ହୋଇଥାଏ।
କାଗଜ – ଯାତାୟତ ସମୟରେ ଏକ ବଡ଼ କାଗଜକୁ ନେଇ, ତାହାକୁ ଯେଉଁଠି ନିଜେ ବସିବେ,ସେଠାରେ ପକାଇ ସେହି କାଗଜ ଉପରେ ବସନ୍ତୁ। ଏହା ଦ୍ୱାରା ମଧ୍ୟ ବାନ୍ତି ସମସ୍ୟା ଦୂର ହୋଇଥାଏ।
ଅଦା ଚା’ – ଯାତାୟତ ସମୟରେ ସାଙ୍ଗରେ ଅଦା ଚା’ ତିଆରି କରି ନେଇ ଏହାକୁ ପିଇଲେ ମଧ୍ୟ ଏହି ସମସ୍ୟାରୁ ମୁକ୍ତି ମିଳେ। ଯେପରି ନାଲି ଚା’ ପ୍ରସ୍ତୁତ ହୁଏ ,ସେହିପରି ଏହି ଚା’କୁ ପ୍ରସ୍ତୁତ କରନ୍ତୁ। ମାତ୍ର ଏଥିରେ ଚାହାପତିର ମାତ୍ରା କମ କରି ଅଧା ଚାମଚ ଅଦା ପକାଇ ପ୍ରସ୍ତୁତ କଲେ ଲାଭଦାୟକ ହୋଇଥାଏ।
ଲେମ୍ବୁ – ଏକ ଲେମ୍ବୁରେ କଳା ଲୁଣ ଲଗାଇ ଏହାକୁ ଜିଭରେ ଲଗାଇଲେ ମଧ୍ୟ ଏହି ସମସ୍ୟା ଦୂର ହୋଇଥାଏ।

kalyan agarbati
Leave A Reply