www.samajalive.in
Friday, December 12, 2025
14.1 C
Bhubaneswar

ଅସ୍ତ୍ରବିରତି ଆଲୋଚନା ମଧ୍ୟରେ ଗାଜା ଉପରେ ଇସ୍ରାଏଲର ଆକ୍ରମଣ, ୧୮ ମୃତ

ଜେରୁଜେଲମ: ଇସ୍ରାଏଲ-ହମାସ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତିକୁ ନେଇ ଆଲୋଚନା ମଧ୍ୟରେ ପୁଣି ଗାଜା ଷ୍ଟ୍ରିପ୍‌ ଉପରେ ଆକ୍ରମଣ କରିଛି ଇସ୍ରାଏଲ। ଏଥିରେ ମହିଳା ଓ ଶିଶୁଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ଅପରପକ୍ଷେ ୟେମେନର ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ ମଙ୍ଗଳବାର କେନ୍ଦ୍ରୀୟ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛନ୍ତି। ଆକ୍ରମଣ କାରଣରୁ ସାଇରନ୍ ବାଜିଥିଲା ଏବଂ ଲୋକେ ଆତଙ୍କିତ ହୋଇ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ। ତେବେ ଏଥିରେ ପ୍ରାଣହାନୀ ନେଇ କୌଣସି ଖବର ନାହିଁ।

ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି ଯେ, ଗାଜାର କେନ୍ଦ୍ରୀୟ ସହର ଡେର୍ ଅଲ୍-ବଲାହରେ ହୋଇଥିବା ଦୁଇଟି ଆକ୍ରମଣରେ ୨ ଜଣ ମହିଳା ଏବଂ ତାଙ୍କ ୪ ପିଲାଙ୍କର ମୃତ୍ୟୁ ଘଟିଛି। ଏହା ବ୍ୟତୀତ ୟୁରୋପୀୟ ହସ୍ପିଟାଲ କହିଛି ଯେ, ଦକ୍ଷିଣ ସହର ଖାନ୍ ୟୁନିସରେ ହୋଇଥିବା ଦୁଇଟି ଆକ୍ରମଣରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ଅଧିକାରୀଙ୍କ କହିବାନୁସାରେ, ଇସ୍ରାଏଲ୍ ଏବଂ ହାମାସ ମଧ୍ୟରେ ଗତ ଏକ ବର୍ଷ ଧରି ଚାଲିଆସୁଥିବା ଆଲୋଚନା ଏବେ ଅନ୍ତିମ ପର୍ଯ୍ୟାୟରେ ଏବଂ ଖୁବଶୀଘ୍ର ଆକ୍ରମଣ ବନ୍ଦ ହୋଇଯିବ।

Hot this week

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

Related Articles

Popular Categories