www.samajalive.in
Sunday, December 14, 2025
26.1 C
Bhubaneswar

‘ଭିଭୋ ଭି-୧୫’ରେ ମିଳିବ ୨ହଜାର ଟଙ୍କାର ରିଆତି

ନୂଆଦିଲ୍ଲୀ : ଭାରତରେ ଭିଭୋ ସିରିଜର ନୂଆ ସ୍ମାର୍ଟଫୋନ ଭିଭୋ ଭି-୧୫ରେ ୨ହଜାର ଟଙ୍କାର ରିଆତି ଦବାପାଇଁ କମ୍ପାନୀ ତରଫରୁ ଘୋଷଣା କରାଯାଇଛି। ୨ହଜାର ଟଙ୍କା ରିଆତି ପରେ ଏହି ଫୋନକୁ ୨୧ହଜାର ୯୦୦ଟଙ୍କାରେ କିଣିପାରିବେ। ଏହି ଫୋନ ଫ୍ଲିପକାଟ, ଆମାଜନ ଭଳି ଅନଲାଇନ ଷ୍ଟୋର ଏବଂ ଅଫଲାଇନ ଷ୍ଟୋରରେ ଉପଲବ୍ଧ ରହିଛି। ଭିଭା ଭି-୧୫ପ୍ରୋ ଭଳି ଭି-୧୫ରେ ପପଅପ୍‍ ସେଲଫି କ୍ୟାମେରା ଏବଂ ୪୮ମେଗାପିକ୍ସେଲ ରିୟର କ୍ୟାମେରା ଦିଆଯାଇଛି। ଏହାବ୍ୟତୀତ ଫୋନରେ ୬ଜିବି ରାମ ରହିଛି।

courtesy-ndtv gadgets

ଏଥିରେ ଡୁଆଲ ସିମ୍ ସପୋର୍ଟ ସହିତ ଆଣ୍ଡ୍ରଏଡ ପାଇ ୯.୦ଆଧାରିତ ପନଚଟ୍ ଓଏସ୍ ରହିଛି। ଭିଭୋ ଭି-୧୫ରେ ୬.୫୩ଇଞ୍ଚର ଫୁଲ ଏଚଡି ପ୍ଲସ ଡିସପ୍ଲେ ରହିଛି। ଯାହାର ରିଜୋଲ୍ୟୁସନ୍ ୧୦୮୦/୨୩୪୦ପିକ୍ସଲ। ଏହାବ୍ୟତୀତ ଫୋନରେ ମିଡିଆଟେକ୍ ହିଲିୟୋ ପି-୭୦ପ୍ରୋସେସର, ୬ଜିବି ରାମ ଏବଂ ୧୨୮ଜିବିର ଷ୍ଟୋରେଜ ରହିଛି। ଯାହାକୁ ମେମୋରୀ କାର୍ଡ ସାହାର୍ୟ୍ୟରେ ୨୫୬ଜିବି ପର୍ୟ୍ୟନ୍ତ ବଢାଇପାରିବେ। ଫୋନରେ ଇନ-ଡିସପ୍ଲେ ଟିପଚିହ୍ନ ସେନସର ରହିଛି।

- Advertisement -
courtesy-yuga tech

ଭିଭୋ ଭି-୧୫ର କ୍ୟାମେରା
ଏହି ଫୋନର କ୍ୟାମେରା ବିଷୟରେ କହିଲେ ଏଥିରେ ୩୨ମେଗାପିକ୍ସେଲର ପପ୍ ଅପ ସେଲଫି କ୍ୟାମେରା ଦିଆଯାଇଛି। ଯାହାର ଅଫର୍ଚର ଏଫ୍/୨.୦। ସେହିଭଳି ରିୟର ପ୍ୟନେଲରେ ତିନୋଟି କ୍ୟାମେରା ରହିଛି। ଯେଉଁଥିରୁ ଗୋଟିଏ ୧୨ମେଗାପିକ୍ସେଲ, ଦ୍ବିତୀୟଟି ୮ମେଗାପିକ୍ସେଲ ବଂ ତୃତୀୟଟି ୫ମେଗାପିକ୍ସେଲର ଦିଆଯାଇଛି। କ୍ୟାମେରା ସହିତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ)ର ସପୋର୍ଟ ଦିଆଯାଇଛି। ଏଥିରେ ୪ହଜାର ଏମଏଚର ବ୍ୟାଟେରୀ ଦିଆଯାଇଛି। ଯାହା ଡୁଆଲ ଇଞ୍ଜିନ ଫାଷ୍ଟ ଚାର୍ଜିଙ୍ଗକୁ ସପୋର୍ଟ କରିଥାଏ। ଫୋନରେ ସଂଯୋଗ ପାଇଁ ୪ଜି ଭୋଲଟିଇ, ୱାଇ-ଫାଇ, ବ୍ଲୁଯୁଥ ଭି-୪.୨, ଜିପିଏସ/ଏ-ଜିପିଏସ୍, ଏଫଏମ୍ ରେଡିଓ, ମାଇକ୍ରୋ ୟୁସବି ପୋର୍ଟ ମିଳିବ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories