ବଲାଙ୍ଗୀର/ଟିଟିଲାଗଡ଼ : ବୁଧବାର ଟିଟିଲାଗଡ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ନାଗରିକ କମିଟିର ଏକ ପ୍ରତିନିଧି ଦଳ ଉନ୍ନୟନ କମିଶନର ତଥା ଗୃହ ବିଭାଗର ପ୍ରମୁଖ ସଚିବ ଅସିତ ତ୍ରିପାଠୀଙ୍କ ସହିତ ବଲାଙ୍ଗୀର ଜିଲାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ଶ୍ରୀଯୁକ୍ତ ତ୍ରିପାଠୀ ଜୁନ ମାସରେ ଭୁବନେଶ୍ୱର ଠାରେ ବଲାଙ୍ଗୀର ସମସ୍ୟା ସହ ଜଡିତ ଥିବା ବିଭିନ୍ନ ବିଭାଗର ସଚିବମାନଙ୍କ ସହିତ ଆଲୋଚନା କରିବା ପାଇଁ ମତବ୍ୟକ୍ତ କରିଥିଲେ। ବଲାଙ୍ଗୀର ସହରର ସମସ୍ୟା ତଥା ବାଏପାସ ରୋଡ, ଲୋୟର ସୁକତେଲ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରିବା, ହାଇକୋର୍ଟ ବେଞ୍ଚର ପୁନଃସ୍ଥାପନ କରିବା, ରାଜେନ୍ଦ୍ର ୟୁନିଭରସିଟିର ଖାଲିଥିବା ଅଧ୍ୟାପକ ପଦବୀ ପୂରଣ କରିବା, ବଲାଙ୍ଗୀର ଆଦର୍ଶ ଥାନାର ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ନାଗରିକ କମିଟି ତରଫରୁ ଦାବି କରାଯାଇଥିଲା। ସଭାପତି ବିକ୍ରମାନନ୍ଦ ବହିଦାର, ଉପ-ସଭାପତି ନିତ୍ୟାନନ୍ଦ ମିଶ୍ର, ସାଧାରଣ ସମ୍ପାଦକ ବିଷ୍ଣୁ ପ୍ରସାଦ କେଡିଆ ଉକ୍ତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
Popular Categories



