www.samajalive.in
Sunday, December 7, 2025
26.1 C
Bhubaneswar

‘ଇଣ୍ଡିଆନ୍ ଆଇଡଲ୍’ରୁ ବିଦାୟ ନେଲେ ବିଶାଲ ଦଦଲାନୀ

ମୁମ୍ବଇ: ଲୋକପ୍ରିୟ ସଂଗୀତକାର ତଥା ଗାୟକ ବିଶାଲ ଦଦଲାନୀ ଶେଷରେ ‘ଇଣ୍ଡିଆନ୍ ଆଇଡଲ୍’ ସହ ତାଙ୍କର ଛଅ ବର୍ଷର ଯାତ୍ରାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସେ ଏହି ଲୋକପ୍ରିୟ ସଙ୍ଗୀତଭିତ୍ତିକ ରିଆଲିଟି ଶୋ’ରେ ଦୀର୍ଘ ସମୟ ଧରି ବିଚାରକ ଭାବରେ ଦାୟିତ୍ଵ ତୁଲାଇଛନ୍ତି, କିନ୍ତୁ ଏବେ ଏହି ସିଜିନ୍ ଶେଷ ହେବା ସହିତ ସେ ଏକ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ପ୍ରଶଂସକମାନଙ୍କୁ ଭାବପ୍ରବଣ ହୋଇ ବିଦାୟ କହିଛନ୍ତି।

ବିଶାଲ ଇନଷ୍ଟାଗ୍ରାମରେ ପୋଷ୍ଟ ଶେୟାର କରି ତାଙ୍କ ଯାତ୍ରାକୁ ମନେ ପକାଇଛନ୍ତି। ଗାୟକ ଲେଖିଛନ୍ତି, ‘‘ବିଦାୟ ବନ୍ଧୁଗଣ। ୬ ସିଜନ୍‌ରେ ଯେତିକି ମଜା କରିଛି, ତା’ଠାରୁ ଅଧିକ ମନେ ପଡ଼ିବ। ଏହି ଶୋ’ ମୋତେ ମୋର ଯୋଗ୍ୟତାଠାରୁ ଅଧିକ ପ୍ରେମ ଏବଂ ସମ୍ମାନ ଦେଇଛି, ଏଥିପାଇଁ ମୁଁ ସର୍ବଦା କୃତଜ୍ଞ ରହିବି।’’
ସେ ଆହୁରି ଲେଖିଛନ୍ତି, ‘‘ମୁଁ ଇଣ୍ଡିଆନ୍ ଆଇଡଲ୍ କେବଳ ଏଥିପାଇଁ ଛାଡ଼ୁଛି କାରଣ ମୁଁ ଏବେ ମୋର ସମୟ ଫେରି ପାଇବାକୁ ଚାହୁଁଛି। ମୁଁ ପ୍ରତିବର୍ଷ ୬ ମାସ ପାଇଁ ମୁମ୍ବଇରେ ରହିପାରିବି ନାହିଁ। ଏବେ ସମୟ ଆସିଛି ଯେ, ମୁଁ ପୁଣି ଥରେ ମଞ୍ଚକୁ ଆସିବି, ସଙ୍ଗୀତ ପ୍ରସ୍ତୁତ କରିବି ଏବଂ ଲାଇଭ୍ କନ୍ସର୍ଟ କରିବି। ଏବେ ହୁଏତ ଆଉ କେବେ ମେକଅପ୍ ଲଗାଇବି ନାହିଁ।”
ଚଳିତ ସଂସ୍କରଣର ବିଜେତା କିଏ?
‘ଇଣ୍ଡିଆନ୍ ଆଇଡଲ୍’ର ଏହି ସିଜନ୍ ସଙ୍ଗୀତପ୍ରେମୀଙ୍କ ପାଇଁ ବେଶ୍‌ ସ୍ମରଣୀୟ ହୋଇ ରହିଛି। ଏହି ଶୋ’ ଗତ ବର୍ଷ ଅକ୍ଟୋବରରେ ଆରମ୍ଭ ହୋଇଥିଲା ଏବଂ ସାରା ଦେଶରୁ ହଜାର ହଜାର ଗାୟକ ଏଥିରେ ନିଜ ଭାଗ୍ୟ ପରୀକ୍ଷା କରିଥିଲେ। ମାସ ମାସର ପ୍ରତିଯୋଗିତା ଏବଂ କଠୋର ବିଚାର ପରେ, ଫାଇନାଲରେ ପ୍ରବେଶ କରିଥିବା ଛଅ ଜଣ ଫାଇନାଲିଷ୍ଟ ହେଉଛନ୍ତି- ମାନସୀ ଘୋଷ, ଶୁଭୋଜିତ ଚକ୍ରବର୍ତ୍ତୀ, ସ୍ନେହା ଶଙ୍କର, ଚୈତନ୍ୟ ଦେବାଧେ, ପ୍ରିୟାଙ୍ଗ୍‌ଶୁ ଦତ୍ତା ଏବଂ ଅନିରୁଦ୍ଧ ସୁସ୍ୱରମ୍। ସମସ୍ତେ ଜବରଦସ୍ତ ପ୍ରଦର୍ଶନ କରିଥିଲେ, କିନ୍ତୁ ଶେଷରେ ନିଜ ଦମ୍‌ଦାର ଓ ଭାବଭରା କଣ୍ଠ ଦ୍ଵାରା ମାନସୀ ଘୋଷ ଚଳିତ ସଂସ୍କରଣର ବିଜେତା ଟ୍ରଫି ହାତେଇଛନ୍ତି। ଟ୍ରଫି ସହ ତାଙ୍କୁ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଏବଂ ଏକ କାର୍‌ ମିଳିଛି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories