ବାଳିକାମାନଙ୍କ ସୁରକ୍ଷା କବଚ ‘ବିରାଙ୍ଗନା’

ରେଙ୍ଗାଲିକ୍ୟାମ୍ପ: ଅନ୍ତର୍ଜାତୀୟ ଶିଶୁକନ୍ୟା ଦିବସ ଅବସରରେ ମଙ୍ଗଳବାର ଅତାବିରା ବ୍ଲକରେ ‘ବିରାଙ୍ଗନା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଳିକାମାନଙ୍କ ଆତ୍ମ ସୁରକ୍ଷା ପାଇଁ ବରଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ପି ପରମର୍ ପୁରୁଷୋତ୍ତମ ଦାଶ ‘ବିରାଙ୍ଗନା’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରତ୍ୟେକ ବିଦ୍ୟାଳୟରେ ବାଳିକାମାନଙ୍କୁ ଆତ୍ମ ସୁରକ୍ଷା ତାଲିମ ଦେବା ପାଇଁ ୨୦ଟି ଦଳ ଗଠନ କରାଯାଇଛି । ପ୍ରତ୍ୟେକ ଦଳ ୩ଟି ଲେଖାଏଁ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଦେଇଛନ୍ତି। ୨୦ଟି ଦଳ ମଧ୍ୟରୁ ୯ ଟି ଦଳ ଅତାବିରା ବ୍ଲକ ର ୨୭ଟି ବିଦ୍ୟାଳୟରେ ତାଲିମ ଦେଇଥିଲେ। ବ୍ଲକ ସ୍ତରରେ ପ୍ରଥମେ ଅତାବିରା ଏନଏସି ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏହି ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ଅତାବିରା ଥାନା ଅଧିକାରୀ ଅନିଲ କୁମାର ପ୍ରଧାନ, ବରଗଡ଼ ଟାଉନ ଥାନା ଅଧିକାରୀ ସତ୍ୟଜିତ କଣ୍ଡେଳକର, ଏସ ଆଇ ବିପିନ ବାଗ, ଏଏସଆଇ ତାଲିନ୍ଦ୍ର ସେନାପତି, ଲଳିତ ନାଗ, ଯୁଗଳ କିଶୋର ତାଣ୍ଡି, ସୁରେଶ ସାହୁ, ଅମିତ୍ ସା, ଲୁକାସ କୁଜୁର, ବିପିନ ବିହାରୀ ବେଦବଲ୍, ଚତୁର୍ଭୁଜ ବଗର୍ତ୍ତି, କନଷ୍ଟେବଳ ଗୋପାଳ ନାଏକ, କ୍ଷେତ୍ର ଭୋଇ, ରୁକୁନି ସାହୁ, ହୋମ ଗାର୍ଡ ଶ୍ରୀକାନ୍ତ ବେହେରା, ଯାଦବ ଜାମୁଡୁଲିଆଓ ଫକିର ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ବ୍ଲକ ଅନ୍ତର୍ଗତ ଅତାବିରା ମହାବିଦ୍ୟାଳୟ, ଲାଦେରପାଲି ସେବାଶ୍ରମ ସ୍କୁଲ୍, ଟୋପ ହାଇସ୍କୁଲ, ସିଂହ ପାଲି ହାଇସ୍କୁଲ, ଜାଙ୍ଗେଡ ହାଇସ୍କୁଲ, ଜହ୍ନାପଡ଼ା, ଦେବାହାକ, ଟାଙ୍ଗରପାଲି, ପାହାରଶ୍ରିଗିଡ଼ା, ରେଙ୍ଗାଲି, ଲସ୍ତଲା, ହିର୍ଲିପାଳି, ଲଚିଡା, ଲରାସରା, ଲରମ୍ଭା, ଝିଲିମିଣ୍ଡା, ଟାମ୍ପରସରା ଆଦି ୨୭ ଟି ହାଇସ୍କୁଲ ରେ ଏହି ପ୍ରଶିକ୍ଷଣ ଦିଆଯାଇଥିଲା। ଅର୍ଚ୍ଚନା ମହାପାତ୍ର, ଲିଲିମା ନାଏକ, ସରସ୍ଵତୀ ଦନସନା, ହରିଶ ଚନ୍ଦ୍ର ବଢେଇ, କ୍ଷିରେଶ୍ୱର ଦେହୁରୀ, ବିକାଶ ସାହୁ, ସୁରେଶ୍ଵର ବିଶ୍ଵାଳ, ଦିଲୀପ ସିଂହ, ମନୋଜ ବିଶ୍ଵାଳ, ଅମୂଲ୍ୟ ପଧାନ, ଶୁକଦେବ ପାତ୍ର, ସବିତା ପଧାନ, ଲିଲୀମା ପଧାନ, ରବି ନାରେନ୍ ସେଠ୍,ରତନ କୁମାର ଭୋଇ, ପ୍ରକାଶ ଚନ୍ଦ୍ର ସାହୁ, ନରେନ୍ଦ୍ର ସାହୁ, ଦୁବରାଜ ସା, ଖିତିସ ଚନ୍ଦ୍ର ସାହୁ ପ୍ରମୁଖ ପ୍ରଶିକ୍ଷକ ଭାବେ ପ୍ରଶିକ୍ଷଣ ଦେଇଥିଲେ ।

prayash

ଏହା ବ୍ୟତୀତ ଥାନା ଅଧିକାରୀ ଶ୍ରୀ ପ୍ରଧାନ ବାଳିକାମାନଙ୍କୁ ଦୃଢ଼ ମନୋବଳ ସହ ପ୍ରତିକୂଳ ପରିସ୍ଥିତିରେ ନିଜ ସାହସିକତା ପ୍ରଦର୍ଶନ କରି ଆତ୍ମ ସୁରକ୍ଷା କରିବା ପାଇଁ ଆହ୍ଵାନ ଦେଇଥିଲେ । ଏହି ପ୍ରଶିକ୍ଷଣ ପରେ ବାଳିକାମାନଙ୍କୁ ତାଙ୍କ ଜୀବନରେ ଏହାର ଉପକାରିତା ଉପରେ ପଚରା ଯାଇଥିଲା । ଛାତ୍ରୀମାନେ ଆତ୍ମସୁରକ୍ଷାର ଏହି ପ୍ରଶିକ୍ଷଣ ତାଙ୍କ ପାଇଁ ସୁରକ୍ଷା କବଚ ତୁଲ୍ୟ ବୋଲି ମନ୍ତବ୍ୟ ଦେଇଥିଲେ । ଏହାପରେ ବାଳିକାମାନଙ୍କ ଆତ୍ମସୁରକ୍ଷା ଉପରେ କିଛି ସ୍ଵତନ୍ତ୍ର ପାଠ୍ୟକ୍ରମ ବି ରହିବାର ସମ୍ଭାବନା ରହିଛି ବୋଲି ଶ୍ରୀ ପ୍ରଧାନ କହିଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପ୍ରତ୍ୟେକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ ।

kalyan agarbati

Comments are closed.