www.samajalive.in
Saturday, December 6, 2025
17.1 C
Bhubaneswar

ଦେଖନ୍ତୁ ଭିଡିଓ ; ବାଇକରେ ଯୁବକ କଲେ ବିପଜ୍ଜନକ ଷ୍ଟଣ୍ଟ ; ଲୋକେ କହିଲେ ଯମରାଜ ମଧ୍ୟାହ୍ନ ଭୋଜନରେ ଯାଇଛନ୍ତି ବୋଲି..

ନୂଆଦିଲ୍ଲୀ : ରିଲ୍ସ ପାଇଁ ଅନେକ ସମୟରେ ଲୋକେ ବିପଜ୍ଜନକ ପଦକ୍ଷେପ ଗ୍ରହଣ କରୁଥିବା ଅନେକ ଘଟଣା ସାମ୍ନାକୁ ଆସିଛି। ଏଥିରେ ଅନେକ ମୂଲ୍ୟବାନ୍ ଜୀବନ ମଧ୍ୟ ଚାଲି ଯାଉଛି। ଅନେକ ସମୟରେ ବିପଜ୍ଜନକ କାର୍ଯ୍ୟ କରୁଥିବା ଭାଇରାଲ ଭିଡିଓ ଦେଖି ଆଶ୍ଚର୍ଯ୍ୟ ଚକିତ କରିଥାଏ। ନିକଟରେ ଏଭଳି ହିଁ ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ଆପଣଙ୍କୁ କ୍ରୋଧ ଆସିବା ସହ ଆଶ୍ଚର୍ଯ୍ୟ ମଧ୍ୟ ହୋଇ ଯିବେ।

ଭାଇରାଲ୍ ହେଉଥିବା ଏହି ଭିଡିଓରେ ଦେଖିପାରିବେ, ଜଣେ ଯୁବକ ରାସ୍ତାରେ ଟ୍ରାଫିକ ମଧ୍ୟରେ ବାଇକ୍ ଚଲାଉଥିବା ସମୟରେ ହଠାତ୍ ବାଇକ୍ ହ୍ୟାଣ୍ଡେଲ୍ ଉପରୁ ହାତ କାଢି ଠିଆ ହୋଇଯାଉଛନ୍ତି। ଏହାପରେ ବିପଜ୍ଜନକ ଷ୍ଟଣ୍ଟ କରୁଛନ୍ତି। ଭିଡିଓରେ ଦେଖିପାରିବେ ସେହି ସମୟରେ ତାଙ୍କ ସାମ୍ନାରେ ଏକ ବସ୍ ପରେ ଅଟୋ ଅତିକ୍ରମ କରୁଛି। ମାତ୍ର ଯୁବକ ଜଣକ ସେଭଳି ହିଁ ବାଇକ ଉପରେ ଠିଆ ହୋଇ ଷ୍ଟଣ୍ଟ କରୁଛନ୍ତି।

- Advertisement -

ରିଲ୍ ବନାଇବା ପାଇଁ ଯୁବକ ଜଣକ ଏପରି ଷ୍ଟଣ୍ଟ କରୁଥିଲେ ବୋଲି ଜଣାପଡିଛି। ଆଶ୍ଚର୍ଯ୍ୟ କରୁଥିବା ଏହି ଭିଡିଓ ବିହାରର ସମସ୍ତିପୁରର ବୋଲି ଜଣାପଡିଛି। ଯୁବକଙ୍କ ଏହି ଭିଡିଓ ଦେଖି ସୋସିଆଲ ମିଡିଆରେ କିଛି ଲୋକେ କ୍ରୋଧ କରିବା ସହ ଭିନ୍ନ ଭିନ୍ନ ମତ ଦେଇଛନ୍ତି। କିଛି ଲୋକେ ଯୁବକଙ୍କୁ ଗିରଫ କରାଯିବା ପାଇଁ ମଧ୍ୟ କହିଛନ୍ତି।

ଜୁନ୍ ୨୦୨୪; ୫ ଗ୍ରହଙ୍କ ରାଶି ପରିବର୍ତ୍ତନ, ୫ରାଶିଙ୍କ ପୂରା ବଦଳି ଯିବ ଭାଗ୍ୟ, ସବୁ ଇଚ୍ଛା ହେବ ପୂରଣ..

ଭିଡିଓ ଭାଇରାଲ ହେବା ପରେ ସମସ୍ତିପୁର ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଚାଲାଣ କାଟିଛି। ୨୮ ସେକେଣ୍ଡର ଏହି ଭିଡିଓକୁ ଲକ୍ଷ ଲକ୍ଷ ଲୋକେ ଦେଖି ସାରିଲେଣି। କିଛି ଲୋକେ କହିଛନ୍ତି ଯମରାଜ ଶୋଇଥିଲେ, ଯମରାଜ ମଧ୍ୟାହ୍ନ ଭୋଜନ ପାଇଁ ଯାଇଛନ୍ତି ବୋଲି ବଞ୍ଚି ଗଲେ ଯୁବକ। କେହି କେହି ଲେଖିଛନ୍ତି, ଏଭଳି ଭିଡିଓ କରି ଅନ୍ୟମାନଙ୍କ ଜୀବନକୁ ମଧ୍ୟ ବିପଦରେ ପକାଉଛନ୍ତି।

୬ ଜୁନ ଶନି ଜୟନ୍ତୀ : ମେଷ ଠାରୁ ମୀନ ବାସ୍ ଏହି ଜିନିଷ ଦାନ କରନ୍ତୁ, କେମିତି ଚମକିବ ଭାଗ୍ୟ, ହେବ ଚମତ୍କାର..

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories