www.samajalive.in
Friday, December 5, 2025
26.1 C
Bhubaneswar

ମୋ ଉତ୍ତରାଧିକାରୀ ପାଣ୍ଡିଆନ ନୁହନ୍ତି, ଓଡ଼ିଶାବାସୀ ବାଛିବେ: ନବୀନ

ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ କାର୍ତ୍ତିକ ପାଣ୍ଡିଆନ ନୁହନ୍ତି। ତାଙ୍କ ଉତ୍ତରାଧିକାରୀ ଓଡ଼ିଶାବାସୀ ବାଛିବେ ବୋଲି କହିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏକ ଜାତୀୟ ଖବର ସରବରାହ ସଂସ୍ଥାକୁ ଗୁରୁବାର ସାକ୍ଷାତକାର ଦେବା ଅବସରରେ ମୁଖ୍ୟମନ୍ତ୍ରୀ ଏହା ପ୍ରକାଶ କରିଛନ୍ତି। ସେହିପରି ଅନ୍ୟ କେତେକ ପ୍ରସଙ୍ଗ ଉପରେ ମଧ୍ୟ ନବୀନ ଉତ୍ତର ରଖି ନିଜର ଏବଂ ବିଜୁ ଜନତା ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।

ଚଳିତ ନିର୍ବାଚନରେ ବିଜେଡିର ପ୍ରଦର୍ଶନ କିପରି ରହିବ ସେ ନେଇ ଏକ ପ୍ରଶ୍ନର ଉତ୍ତରରେ ନବୀନ କହିଛନ୍ତି, ବିଜେଡି ଅତି ସୁନ୍ଦର ପ୍ରଦର୍ଶନ କରିବ। ବିଧାନସଭାରେ ଆମେ ସ୍ଥିର ସରକାର ଗଠନ କରିବୁ। ଲୋକସଭା ନିର୍ବାଚନରେ ବି ଭଲ ପ୍ରଦର୍ଶନ କରିବୁ।

- Advertisement -

ନିର୍ବାଚନ ଜିତିଲେ ପୂରା ୫ବର୍ଷ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବେ କି ପ୍ରଶ୍ନରେ ନବୀନ କହିଲେ ମୁଁ ସେୟା ହିଁ ଆଶା କରୁଛି।

ଦରକାର ପଡ଼ିଲେ ଏନଡିଏକୁ ସମର୍ଥନ କରିବେ କି ବୋଲି ପ୍ରଶ୍ନରେ ନବୀନ କହିଥିଲେ, ଯେତେବେଳେ ସମର୍ଥନ ଆବଶ୍ୟକ ପଡ଼ିବ ସେତେବେଳେ ଆମେ ଆମର ପ୍ରକୃତ ସ୍ଥିତି ଦେଖି ନିଷ୍ପତ୍ତି ନେବୁ। କାହା ପ୍ରତି କୌଣସି ଆକ୍ରୋଶ ନ ଥିବା ସେ କହିଥିଲେ।

ନବୀନ ବିଜେଡିର ନେତୃତ୍ୱ ନେବାରେ ଅକ୍ଷମ ବୋଲି ବିଜେପିର ମନ୍ତବ୍ୟ ଉପରେ ନବୀନ କହିଥିଲେ ଯେ, ସେ ଦୀର୍ଘ ୨୭ ବର୍ଷ ଧରି ଦଳକୁ ଚଳାଇ ଆସୁଛନ୍ତି। ତାଙ୍କୁ ୨୭ ବର୍ଷ ଧରି ଦଳର ସଭାପତି କରାଯାଇଛି। ଆଗକୁ ବି ସେ ଏହି କାର୍ଯ୍ୟ ଜାରି ରଖିବେ। ଲୋକଙ୍କ ସହିତ ମିଶୁ ନ ଥିବା ନେଇ ଏକ ପ୍ରଶ୍ନରେ ନବୀନ କହିଥିଲେ, ସେ ଲୋକଙ୍କ ସହିତ ସବୁବେଳେ ମିଶିଥାଏ। ଆପଣମାନେ ଦେଖୁଥିବେ ଗତ ମାସେ ହେବ ମୁଁ ଲୋକଙ୍କ ସହିତ ପ୍ରତିଦିନ ମିଶିଆସୁଛି।

ଚଳିତ ନିର୍ବାଚନରେ ବିଜେଡି ଯାହା ପ୍ରତିଶ୍ରୁତି ଦେଇଛି ସେ ସବୁ ବିଷୟରେ ଆପଣ ଜାଣିଛନ୍ତି କି ବୋଲି ପ୍ରଶ୍ନରେ ନବୀନ କହିଥିଲେ, ମୁଖ୍ୟମନ୍ତ୍ରୀ ହିସାବରେ ମୋର ସମସ୍ତ କ୍ଷମତା ରହିଛି। ରାଜ୍ୟବାସୀଙ୍କ ପାଇଁ ଆମେ ଏତେବଡ଼ ନିଷ୍ପତ୍ତି ନେଇଛୁ। ଆଗକୁ ମଧ୍ୟ ଅଧିକ କିଛି କରିବାକୁ ଚାହୁଁଛୁ।

ମୁଖ୍ୟମନ୍ତ୍ରୀଙ୍କ ପରିବର୍ତ୍ତେ ପାଣ୍ଡିଆନ ସମସ୍ତ ନିଷ୍ପତ୍ତି ନେଉଥିବା ନେଇ ବର୍ତ୍ତମାନର ବିରୋଧୀ ତଥା ପୂର୍ବତନ ବିଜେଡି ନେତାମାନଙ୍କ ଅଭିଯୋଗ ହାସ୍ୟାସ୍ପଦ ଏବଂ ଏସବୁ ପୁରୁଣା ଅଭିଯୋଗ, ଏହାର କୌଣସି ମୂଲ୍ୟ ନାହିଁ ବୋଲି ନବୀନ କହିଥିଲେ।

ବିରୋଧୀମାନେ ଏଥର ବ୍ୟକ୍ତିଗତ ସ୍ତରରେ ଆପଣଙ୍କୁ ଆକ୍ଷେପ କରୁଥିବା ନେଇ ପ୍ରଶ୍ନରେ ନବୀନ କହିଥିଲେ, ସେମାନଙ୍କ ଲୋକପ୍ରିୟତା ଦେଶରେ ହ୍ରାସ ପାଉଛି। ତେଣୁ ସେମାନେ ଅଧିକ ଅସହାୟ ହୋଇପଡ଼ି ଏପରି କରୁଛନ୍ତି।

ବିଜେପି ଜିତିଲେ ନବୀନଙ୍କ ସ୍ୱାସ୍ଥ୍ୟର ଯାଞ୍ଚ ପାଇଁ ସ୍ୱତନ୍ତ୍ର କମିଟି ଗଠନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟ ଉପରେ ନବୀନ କହିଥିଲେ, ପ୍ରଧାନମନ୍ତ୍ରୀ ଯଦି ମୋ ସ୍ୱାସ୍ଥ୍ୟ ପ୍ରତି ଚିନ୍ତିତ ଅଛନ୍ତି, ତେବେ ସେ ଏପରି ସାଧାରଣରେ ଖୋଲାଖୋଲି ନ କହି ମୋତେ ଥରେ ଫୋନ୍‌‌ କରି ପଚାରିପାରି ଥାଆନ୍ତେ। ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ମୋ ସ୍ୱାସ୍ଥ୍ୟକୁ ନେଇ ବିଜେପି ନେତାମାନେ ଗତ ୧୦ ବର୍ଷ ହେବ ଦିଲ୍ଲୀରେ ଅପପ୍ରଚାର କରୁଛନ୍ତି ବୋଲି ନବୀନ କହିଥିଲେ।

Hot this week

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

Related Articles

Popular Categories