www.samajalive.in
Saturday, December 6, 2025
14.1 C
Bhubaneswar

ପରିବାରର ୮ଜଣଙ୍କୁ ହତ୍ୟା କରି ଆତ୍ମହତ୍ୟା କଲେ ଯୁବକ

ଭୋପାଳ : ମଧ୍ୟପ୍ରଦେଶର ଛିନ୍ଦୱାଡା ଜିଲା ଅନ୍ତର୍ଗତ ମାହୁଲଝିର ଥାନା ଅଞ୍ଚଳରେ ଏକ ବୀଭତ୍ସ ଘଟଣା ଘଟିଛି। ଜଣେ ଯୁବକ ନିଜ ପରିବାରର ୮ଜଣଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଦିନେଶ ନାମକ ଜଣେ ଆଦିବାସୀ ଯୁବକ କୁରାଢ଼ିରେ ୮ଜଣ ପରିବାର ସଦସ୍ୟଙ୍କୁ ହତ୍ୟା କରିବା ପରେ ନିଜେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପୁଲିସ ସୂତ୍ରରୁ ପ୍ରକାଶ। ସୂଚନାନୁଯାୟୀ କିଛିଦିନ ତଳେ ଦିନେଶ ବିବାହ କରିଥିଲା। ତେବେ କୌଣସି କାରଣରୁ ସେ ମାନସିକ ଚାପରେ ଥିଲା। ଦିନେଶ ଶୁକ୍ରବାର ଭୋର୍‌ ସମୟରେ ଏକ କୁରାଢ଼ିରେ ଜଣଙ୍କ ପରେ ଜଣେ ପରିବାରର ୮ଜଣଙ୍କୁ ହତ୍ୟା କରିଥିଲା। ଦିନେଶ ଆକ୍ରମଣରୁ ବର୍ତ୍ତି ଯାଇଥିବା ପରିବାରର ଏକ ଛୋଟ ପିଲା ଗାଁ ଲୋକଙ୍କୁ ଖବର ଦେବା ପରେ ଗ୍ରାମବାସୀ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଦିନେଶ ଆତ୍ମହତ୍ୟା କରି ସାରିଥିଲା। ଘର ଭିତରୁ ସମସ୍ତଙ୍କ ମୃତଦେହ ଉଦ୍ଧାର କରି ପୁଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣା ସମଗ୍ର ଜିଲାରେ ଆଲୋଡ଼ନ ସୃଷ୍ଟି କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories