www.samajalive.in
Saturday, December 6, 2025
16.1 C
Bhubaneswar

ରାସ୍ତାରେ ବିପଜ୍ଜନକ ଷ୍ଟଣ୍ଟର ଭିଡିଓ ଭାଇରାଲ, କଟିଲା ୫୫ ହଜାର ଟଙ୍କାର ଚାଲାଣ

ନୋଏଡ଼ା: ସେକ୍ଟର-୧୨୬ ଥାନା ଅଞ୍ଚଳରେ ନୋଏଡ଼ା-ଗ୍ରେଟର ନୋଏଡ଼ା ଏକ୍ସପ୍ରେସୱେରେ ଜୀବନକୁ ବାଜି ଲାଗାଇ ବିପଦପୂର୍ଣ୍ଣ ଷ୍ଟଣ୍ଟ କରାଯାଇଥିବା ଦେଖିବାକୁ ମିଳିଛି। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। କାର ଚାଳକଙ୍କ ପାଇଁ ଏକ୍ସପ୍ରେସୱେରେ ଅନେକ ଯାନ ବାହାନ ଅଟକି ରହି ଟ୍ରାଫିକ ଜାମ୍ ସମସ୍ୟା ସୃଷ୍ଟି ହୋଇଥିବା ଭିଡିଓରେ ନଜର ଆସିଛି। ଭିଡିଓ ଭାଇରାଲ ହେବାପରେ ଗାଡ଼ି ନମ୍ବରକୁ ଚିହ୍ନଟ କରାଯାଇ ୫୫ ହଜାର ଟଙ୍କାର ଚାଲାଣ କଟାଯାଇଥିବା ଜଣାପଡ଼ିଛି।


ଟ୍ରାଫିକ୍ ଡିସିପି ଅନିଲ କୁମାର ଯାଦବ କହିଛନ୍ତି ଯେ, ଏକ୍ସପ୍ରେସୱେରେ ରାସ୍ତା ମଝିରେ କାର୍‌ଟି ଗୋଲ ଗୋଲ ବୁଲୁଥିବା ଦେଖି ଅନ୍ୟ ଗାଡ଼ି ଚାଳକମାନେ ନିଜେ ଅଟକି ଯାଇଥିଲେ। ଏହି କାରଣରୁ ଅଧ ଘଣ୍ଟାରୁ ଅଧିକ ସମୟ ଧରି ସେକ୍ଟର-୧୨୫ ନିକଟରେ ଟ୍ରାଫିକ୍ ଜାମ୍ ହୋଇଥିଲା। ସେହି ରାସ୍ତା ଦେଇ ଯାଉଥିବା ଲୋକେ ଏହାର ଭିଡିଓ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି ଏବଂ ନୋଏଡ଼ା କମିଶନରେଟ୍‌ ପୁଲିସ ଓ ଟ୍ରାଫିକ୍‌ ବିଭାଗକୁ ଟ୍ୟାଗ୍‌ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହାପରେ ଗାଡ଼ି ନମ୍ବର ଚିହ୍ନଟ କରି ଟ୍ରାଫିକ୍‌ ବିଭାଗ ୫୫,୦୦୦ ଟଙ୍କାର ଚାଲାଣ କାଟିଛି। କାର୍‌ରେ ଷ୍ଟଣ୍ଟ କରୁଥିବା ଅଭିଯୁକ୍ତମାନଙ୍କୁ ଖୋଜା ଚାଲିଛି। ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories