www.samajalive.in
Saturday, December 6, 2025
26.1 C
Bhubaneswar

ଗାଜା ଯୁଦ୍ଧରେ ତିନି ଇସ୍ରାଏଲ ସୈନିକ ନିହତ

ଜେରୁଜେଲମ୍‌: ଗାଜାରେ ହମାସ ଆତଙ୍କବାଦୀଙ୍କ ବିରୋଧରେ ଚାଲିଥିବା ଯୁଦ୍ଧରେ ଇସ୍ରାଏଲର ତିନି ସୈନିକ ପ୍ରାଣ ହରାଇଥିବାବେଳେ ଅନ୍ୟ ତିନିଜଣ ଆହତ ହୋଇଛନ୍ତି। ଇସ୍ରାଏଲର ରାଷ୍ଟ୍ରାୟତ୍ତ ରେଡିଓ ପ୍ରସାରଣକାରୀ ସଂସ୍ଥା କାନ ରେଡିଓ କହିଛି ଯେ ରାଫାର ଏକ କୋଠାରେ ଖଞ୍ଜା ଯାଇଥିବା ଆଇଇଡି ବିସ୍ଫୋରଣରେ ସୈନିକମାନେ ପ୍ରାଣ ହରାଇଛନ୍ତି। ଗତ ଦୁଇଦିନ ଧରି ଇସ୍ରାଏଲ ସେନା ରାଫାସ୍ଥିତ ଶରଣାର୍ଥୀ ଶିବିର ଉପରେ କ୍ଷେପଣାସ୍ତ୍ର ମାଡ କରିଚାଲିଥିବାବେଳେ ଏବେ ହମାସ ଆତଙ୍କବାଦୀଙ୍କ ଆକ୍ରମଣରେ ଇସ୍ରାଏଲ ସୈନିକ ପ୍ରାଣ ହରାଇଛନ୍ତି। ଇସ୍ରାଏଲ ଓ ହମାସ ଆତଙ୍କବାଦୀଙ୍କ ଏହି ଆକ୍ରମଣକୁ ନେଇ ରାଫା ସୀମା ଏବେ ଅଶାନ୍ତ ହୋଇଉଠିଛି। ରବିବାର ଓ ସୋମବାର ରାତିରେ ଇସ୍ରାଏଲ ସେନା ରାଫା ଉପରେ କରିଥିବା ଆକ୍ରମଣରେ ପ୍ରାୟ ୬୦ଜଣ ପ୍ରାଣ ହରାଇଛନ୍ତି। ଏମାନଙ୍କ ମଧ୍ୟରେ ଅନେକ ହେଉଛନ୍ତି ପାଲେଷ୍ଟାଇନ ନାଗରିକ।

 

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories