www.samajalive.in
Sunday, December 14, 2025
19.1 C
Bhubaneswar

ବୁର୍ଲା ଭିମସାରରେ ଡ଼ିଏମଇଟିଙ୍କ ନିର୍ଦ୍ଦେଶନାମା କାର୍ଯ୍ୟକାରୀକୁ ନେଇ ସଂଶୟ

ବୁର୍ଲା : ବୁର୍ଲା ବୀର ସୁରେନ୍ଦ୍ର ସାଏ ଆର୍ୟୁବିଜ୍ଞାନ ଏବଂ ଗବେଷଣା ପ୍ରତିଷ୍ଠାନ(ଭିମସାର)ରେ ସ୍ୱାସ୍ଥ୍ୟ ବିଭାଗର ଅନେକ ନିୟମ ଏବଂ ନିର୍ଦ୍ଦେଶନାମାକୁ ଉଲ୍ଲଙ୍ଘନ କରଯିବା ଏକ ଚିରାଚରିତ ପ୍ରଥା । ଯାହାର ଜ୍ୱଳନ୍ତ ଉଦାହରଣ ଅନେକ ସମୟରେ ଏବଂ ନିକଟ ଅତୀତରେ ମଧ୍ୟ ପ୍ରମାଣିତ ହୋଇ ସାରିଛି । ତେବେ ଏହି ନିୟମ ମାନଙ୍କୁ ଉଲ୍ଲଙ୍ଘନ କରାଯାଇ ଅନିୟମିତତା କରାଯିବା ସତ୍ୱେ ସ୍ୱାସ୍ଥ୍ୟ ବିଭାଗ ତରଫରୁ କୌଣସି କଡ଼ା ଅଭିମୁଖ୍ୟ ଗ୍ରହଣ କରାଯିବା ଉଦାହରଣ ନାହିଁ। ତେବେ ପୁଣି ବିଳମ୍ବରେ ହେଉ ପଛକେ ସ୍ୱାସ୍ଥ୍ୟ ବିଭାଗର ଡ଼ିଏମଇଟିଙ୍କ ତରଫରୁ କାର୍ଯ୍ୟକାଳ ସମୟରେ ଫେରାରି ଡ଼ାକ୍ତରଙ୍କ ଉପରେ ଅଙ୍କୁଶ ଲଗାଯିବା ପାଇଁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ସମସ୍ତ ସରକାରୀ ମେଡ଼ିକାଲ କଲେଜକୁ ଏ ସଂକ୍ରାନ୍ତିୟ ନିର୍ଦ୍ଦେଶନାମା ଜାରି କରାଯାଇଛି।
ନିର୍ଦ୍ଦେଶନାମାରେ ଡ଼ାକ୍ତର, ବରିଷ୍ଠ ଆବାସିକ ଡ଼ାକ୍ତର, ପିଜି ଡ଼ାକ୍ତର ଏବଂ ହାଉସ ସର୍ଜନ(ଇନଟର୍ଣ୍ଣ) ଡ଼ାକ୍ତର ମାନେ ତାଙ୍କର ଡ଼୍ୟୁଟି ସମୟରେ କାର୍ଯ୍ୟସ୍ଥଳରୁ ଅନୁପସ୍ତିତ ରହିବା ଏବଂ ଏହା ଫଳରେ ରୋଗୀସେବା ପ୍ରଭାବିତ ହେଉଥିବା ନାଜରକୁ ଆସିଥିବା ଉଲ୍ଲେଖ କରିଛନ୍ତି । ଏପରିକି ଏହି କାରଣରୁ ରୋଗୀ ମାନଙ୍କୁ ଠିକଣା ସମୟରେ ଉକୃଷ୍ଟ ମାନର ସ୍ୱାସ୍ଥ୍ୟସେବା ପ୍ରଦାନରେ ଏହା ବାଧକ ସଦୃଶ ହୋଇ ରହିଥିବା ଉଲ୍ଲେଖ କରିଛନ୍ତି। ଏପରିକି ଉଚ୍ଚ ନ୍ୟାୟାଳୟରେ ଏହି ଗୁରୁତର ଅଭିଯୋଗକୁ ଆଧାର କରି ଜନସ୍ୱାର୍ଥ ମାମଲା ରୁଜୁ କରାଯିବା ସହିତ ଏନଏଚଆରସି ଏବଂ ଓଏଚଆରସିରେ ମଧ୍ୟ ଗୁରୁତର ଅଭିଯୋଗ ଦାଖଲ ହୋଇଥିବା ସହିତ ଗଣମାଧ୍ୟମରେ ମଧ୍ୟ ଏହା ପ୍ରକାଶିତ ହୋଇ ଆସୁଥିବା ଉଲ୍ଲେଖ କରିଛନ୍ତି । ଏହାକୁ ନେଇ ପାରଦର୍ଶିତା ଅବଲମ୍ବନ କରାଯିବା ପରିପ୍ରେକ୍ଷୀରେ ଡ଼ିଏମଇଟି ଶାଖାର ଏକ ଅଫିସର ଦଳ ଆଶ୍ଚର୍ଯ୍ୟଜନକ ପରିଦର୍ଶନ କରିବେ । ଯଦି ଡ଼୍ୟୁଟି ସମୟରେ ଖିଲାପି କରୁଥିବା ବ୍ୟକ୍ତି ବିଶେଷଙ୍କୁ ଠାବ କରାଯାଏ ତା ହେଲେ ସେମାନଙ୍କ  ବିରେଧରେ ଦୃଷ୍ଟାନ୍ତ ମୁଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉପରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ତେବେ ଦେଖିବାକୁ ଗଲେ ଭିମସାର ପରିଚାଳନା ବ୍ୟବସ୍ଥା ସମ୍ପୁର୍ଣ୍ଣ ଭୁଷୁଡ଼ି ପଡ଼ିଥିବା ବେଳେ ଭିମସାର କର୍ତ୍ତୃପକ୍ଷ ନିଜେ ମଧ୍ୟ ଡ଼୍ୟୁଟିରେ ଅନୁପସ୍ଥିତ ରହିବା ପ୍ରସଙ୍ଗ ସ୍ଥାନୀୟ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଏପରିକି ଭିମସାରର କନିଷ୍ଠ ଡ଼ାକ୍ତରଙ୍କ ତରଫରୁ ଭିମସାର ହସପିଟାଲର କେତେକ ଅନିୟମିତତାକୁ ନେଇ ଉଦବେଗ ପ୍ରକାଶ କରାଯାଇ ରାତିଅଧିଆ ବୈଠକ କରାଯିବା ପ୍ରସଙ୍ଗ ଏବଂ ଭିମସାର ହୁଗୁଳା ବ୍ୟବସ୍ଥାକୁ ସୁଧାରିବା ପାଇଁ ପ୍ରୟାସ କରାଯାଇ ଭିମସାର ପରିଚାଳନା  ନିଜ ହାତକୁ ନେବାକୁ ଚେଷ୍ଟା କରାଯିବା ପ୍ରସଙ୍ଗକୁ ଅଣଦେଖା କରାଯାଇ ନ ପାରେ । ଭିମସାର ହସପିଟାଲରେ କର୍ତ୍ତୃପକ୍ଷ ମଧ୍ୟ ସରକାରୀ ନିର୍ଦ୍ଦେଶନାମାକୁ ଖୋଲାଖୋଲି ଭାବରେ ଉଲ୍ଲଙ୍ଘନ କରି ଅନେକ ସମୟରେ ବିବାଦୀୟ ଏବଂ ଅନିୟମିତତାକୁ ସ୍ବୀକୃତି ଦେବା ପରେ ସ୍ୱାସ୍ଥ୍ୟ ବିଭାଗ ତଥା ସରକାରୀ କଳ ତରଫରୁ ତାଗିଦ୍ କରାଯିବା ପ୍ରସଙ୍ଗକୁ ଅଣଦେଖା କରାଯାଇ ନ ପାରେ। କାରଣ ପୁର୍ବରୁ ମଧ୍ୟ ଅନେକ ସରକାରୀ ନିର୍ଦ୍ଦେଶନାମା ବୁର୍ଲା ଭିମସାରରେ କେବଳ କାଗଜ କଲମରେ ସିମୀତ ରହିଥିବା ବେଳେ କେତେକ ଅଫିସ ବାବୁ ଭିମସାର ହସପିଟାଲର ସମସ୍ତ ବ୍ୟବସ୍ତାକୁ ନିଜ ହାତମୁଠାରେ ରଖି ତ୍ୱରାନ୍ନିତ କରିବା ପ୍ରମାଣିତ ହୋଇସାରିଛି । ଏଭଳି ସ୍ଥିତିରେ ଭିମସାର ହସପିଟାଲରେ ଏଭଳି ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହେବ ତାହା ବୁଦ୍ଧିଜିବୀ ମହଲରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories