www.samajalive.in
Monday, December 15, 2025
26.1 C
Bhubaneswar

ଘର ସମ୍ମୁଖରୁ ସାମ୍ବାଦିକଙ୍କ ମଟରସାଇକେଲ ଚୋରି

ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ଗୋଳନ୍ଥରା ପୂର୍ଣିମା ନଗରରେ ରହୁଥିବା ସାମ୍ବାଦିକଙ୍କ ମଟରସାଇକେଲ ଘର ସମ୍ମୁଖରୁ ଚୋରି ଯାଇଥିବା ନେଇ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଅଭିଯୋଗ ଅନୁଯାୟୀ ପ୍ରଗତିବାଦୀ ଖବରକାଗଜର ରଙ୍ଗେଇଲୁଣ୍ଡା ବ୍ଲକ ସାମ୍ବାଦିକ ମୁନା ପଟ୍ଟନାୟକ ନିଜ କଳା ରଙ୍ଗର ପଲସର ମୋଟରସାଇକେଲ (ଓଡି ୦୭ ଏସି ୮୮୦୨) କୁ ବୁଧବାର ରାତିରେ ଘର ସମ୍ମୁଖରେ ପାର୍କିଂ କରିଥିଲେ। ଗୁରୁବାର ସକାଳେ ଘର ସମ୍ମୁଖରେ ମଟରସାଇକେଲଟି ନଥିବା ବେଳେ ଚୋରି ଯାଇଥିବା ଜାଣିବାକୁ ପାଇଥିଲେ। ବହୁ ଖୋଜା ଖୋଜି ସହ ସାହିରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ ସମୟରେ ଦୁଇ ଜଣ ମୁଖା ପିନ୍ଧା ଯୁବକ ରାତି ପ୍ରାୟ ୨ ଟା ବେଳେ ସାମ୍ବାଦିକଙ୍କ ଘର ସମ୍ମୁଖରେ ପହଞ୍ଚି ମଟରସାଇକେଲଟିକୁ ଚୋରି କରି ନେଇଥିବା ଦେଖିବାକୁ ପାଇଥିଲେ। ଘଟଣା ନେଇ  ମୁନାଙ୍କ ପକ୍ଷରୁ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ସୂଚନାଯୋଗ୍ୟ ଯେ ଗତ ଏକ ବର୍ଷ ମଧ୍ୟରେ ୨ଡଜନରୁ ଉର୍ଦ୍ଧ୍ବ ମଟରସାଇକେଲ ଚୋରି ନେଇ ଗୋଳନ୍ଥରା ଥାନାରେ ଅଭିଯୋଗ ହୋଇଥିବା ବେଳେ ପୁଲିସ ପକ୍ଷରୁ କେବଳ ୨ଟି ମୋଟରସାଇକେଲ ଉଦ୍ଧାର ହୋଇ ପାରିଥିବା ଜଣାପଡିଛି।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories