ଜଙ୍ଗଲ ନିଆଁକୁ ମୁକାବିଲା କରିବା ପାଇଁ ଗାଁ ଲୋକେ ଅଣ୍ଟା ଭିଡ଼ିଲେ

ଭୁବନେଶ୍ୱର- ଚଳିତ ବର୍ଷ ମାର୍ଚ୍ଚ ଏବଂ ଏପ୍ରିଲରୁ ତାପମାତ୍ରା ବୃଦ୍ଧି ପାଇବା ଯୋଗୁଁ ଓଡିଶାରେ ଜଙ୍ଗଲ ଗୁଡିକରେ ନିଆଁ ଲାଗି ଅମୂଲ୍ୟ ଜଙ୍ଗଲ ସମ୍ପଦ ପାଉଁଶ ହୋଇଯାଉଥିବା ବେଳେ , ରାଜ୍ୟ ରାଜଧାନୀ ଭୁବନେଶ୍ୱର ଠାରୁ ପ୍ରାୟ ୩୦୦ କିଲୋମିଟର ଦୂରରେ ଥିବା କନ୍ଧମାଳ ଜିଲ୍ଲାର କିଛି ଗ୍ରାମ,ନିକଟରେ ଥିବା ଜଙ୍ଗଲ ଆଶ୍ଚର୍ଯ୍ୟଜନକ ଭାବେ ପ୍ରଭାବିତ ହୋଇନାହିଁ । କାରଣ ଗାଁର ବାସିନ୍ଦାମାନେ ନିଜ ଚାରିପାଖରେ ଥିବା ଜଙ୍ଗଲରେ ନିଆଁ ବ୍ୟାପିଯିବାକୁ ରୋକିବା ପାଇଁ ନିଜେ ପଦକ୍ଷେପ ଗ୍ରହଣ କରିଛନ୍ତି | କନ୍ଧମାଳ ଜିଲ୍ଲାର ନୁଆଗାଓଁ ବ୍ଲକ ଅନ୍ତର୍ଗତ କୁଡୁପାକିଆ ଗ୍ରାମ ହେଉଛି ଏପରି ଏକ ଉଦାହରଣ ଯେଉଁଠାରେ ଗ୍ରାମବାସୀ ସେମାନଙ୍କ ଜଙ୍ଗଲର ଜଗୁଆଳି ସାଜିଛନ୍ତି କାରଣ ସେଇ ଜଙ୍ଗଲ ଉପରେ ନିର୍ଭର କରି ସେମାନେ ଜୀବିକା ନିର୍ବାହ କରିଥାନ୍ତି ।

ୟୁନିସେଫ୍ ଦ୍ୱାରା ଆରମ୍ଭ କରାଯାଇଥିବା ୟୁଥ୍ ଫର ୱାଟର ପ୍ଲସ୍ ଅଭିଯାନର ସଦସ୍ୟ ଯେଉଁ ମାନେ ଜଳବାୟୁ ପରିବର୍ତନ ଉପରେ ସଚେତନତା କାର୍ଯ୍ୟକ୍ରମ ର ସୂତ୍ରଧର ଙ୍କ ନିରନ୍ତର ଉଦ୍ୟମ ଯୋଗୁଁ ତୃଣମୂଳ ସ୍ତରରେ ଜଳବାୟୁ ସମ୍ପର୍କରେ ସଚେତନତା ସମ୍ଭବ ହୋଇ ପାରିଛି । ଓ୍ୱାଇ୨୦, ପ୍ୟାଂଟିସ ଫାଉଣ୍ଡେସନ୍, ୟୁଥ୍ ଫୋର ୱାଟର୍ ପ୍ଲସ୍, ୟୁନିସେଫ୍, ଆକ୍ସନ୍ଫ ଫର ସୋସିଆଲ ଡେଭେଲପମେଣ୍ଟ , ନେସନ୍ସ ଟ୍ରଷ୍ଟ ଏବଂ ପାଗା ସହଯୋଗରେ “ୟୁଥ୍ ଚଉପାଲ୍” ଆୟୋଜନ କରି ସଚେତନତା ସୃଷ୍ଟି କରାଯାଉଛି , ଯେଉଁଠାରେ ସମସ୍ତ ବୟସ ବର୍ଗର ଯୁବକ ଏବଂ ଗ୍ରାମବାସୀ ଏକତ୍ରିତ ହୋଇ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି |ଜଳବାୟୁ ପରିବର୍ତନ ର ଆହ୍ୱାନ ଏବଂ ତାକୁ ସାମ୍ନା କରିବାର ପଦକ୍ଷେପ ବିଷୟରେ ଏଠାରେ ଆଲୋକନା କରାଯାଉଛି | ଯେହେତୁ ଗ୍ରୀଷ୍ମ ସମୟରେ ଜଙ୍ଗଲ ରେ ଅଗ୍ନିକାଣ୍ଡ ହୋଇ ଜଙ୍ଗଲ ନଷ୍ଟ ହୋଇଯାଏ, ବର୍ତ୍ତମାନ ସେମାନେ ଜଙ୍ଗଲ ଅଗ୍ନିକାଣ୍ଡ ଏବଂ ଗ୍ରାମବାସୀଙ୍କ ସହଯୋଗରେ କିପରି ଏହାକୁ ରୋକାଯାଇପାରିବ ସେ ବିଷୟରେ ଆଲୋଚନା କରୁଛନ୍ତି।

ବର୍ତ୍ତମାନ ୟୁଥ ଫର ୱାଟର ପ୍ଲସ ର ସଦସ୍ୟ ମାନେ ଓଡ଼ିଶାର ପ୍ରକୃତିର ସ୍ୱର୍ଗ ଭାବରେ ପରିଗଣିତ ହେଉଥିବା ଦାରିଙ୍ଗବାଡି ବ୍ଲକ ସମେତ କନ୍ଧମାଳ ଜିଲ୍ଲାର ୧୨ଟି ଆଦିବାସୀ ବହୁଳ ବ୍ଲକର ୪୩ ଟି ପଞ୍ଚାୟତରେ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି ।

ଏଠାକାର ସ୍ଥାନୀୟ ଆଦିବାସୀମାନେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବା ବ୍ୟତୀତ, ଏମାନେ କୃଷି ଉପରେ ନିର୍ଭର ଜୀବିକା ନିର୍ବାହ କରନ୍ତି | ଏହି କୁଟିଆ କନ୍ଧ ଆଦିବାସୀମାନେ ଏହି ଅଞ୍ଚଳରେ ହଜାର ହଜାର ବର୍ଷ ଧରି ବାସ କରିଆସୁଛନ୍ତି ଏବଂ ଏପର୍ଯ୍ୟନ୍ତ ସେମାନଙ୍କର ପାରମ୍ପାରିକ କୃଷି ଅଭ୍ୟାସକୁ ଅନୁସରଣ କରୁଛନ୍ତି | ପୋଡୁଚାଷ କରିବା ପାଇଁ ଏମାନେ ଅନେକ ସମୟରେ ରେ ଜଙ୍ଗଲ ସଫା କରି ସେଠାରେ ଚାଷ କରନ୍ତି | ଅନେକ ସମୟରେ ଜଙ୍ଗଲ ସଫା କରିବା ପାଇଁ ଏମାନେ ଜଙ୍ଗଲ ରେ ନିଆଁ ମଧ୍ୟ ଲଗେଇ ଦିଅନ୍ତି |

ଜଙ୍ଗଲରେ ନିଆଁ ଲାଗିବାର ଅନେକ କାରଣ ଅଛି, କିନ୍ତୁ ଅଧିକାଂଶ ସମୟରେ ଏହା ମନୁଷ୍ୟକୃତ୍ୟ |ଗ୍ରାମବାସୀମାନେ ସଂରକ୍ଷିତ ଜଙ୍ଗଲକୁ ଆସି ମହୁଲ ଫୁଲ ସଂଗ୍ରହ କରିବାକୁ ଆସନ୍ତି (ଯେଉଁଥିରୁ ଏକ ସ୍ୱତନ୍ତ୍ର ପାନୀୟ ପ୍ରସ୍ତୁତ ହୁଏ ) ଏଇ ମହୁଲ ଫୁଲ ଗୁଡିକ ଗଛରୁ ତଳେ ପଡି ଶୁଖିଲା ପତ୍ର ଦ୍ୱାରା ଆଚ୍ଛାଦିତ ହୁଏ | ଫୁଲ ଗୋଟେଇବା ପାଇଁ ଗ୍ରାମବାସୀ ମାନେ ଶୁଖିଲା ପତ୍ରରେ ନିଆଁ ଲଗେଇ ଦିଅନ୍ତି |ଦିତ୍ୱୀୟତଃ ପୋଡୁଚାଷ କରିବା ପାଇଁ ଜଙ୍ଗଲରେ ନିଆଁ ଲଗେଇବା ଏକ ସାଧାରଣ ଘଟଣା |ଅନେକ ସମୟରେ ଶିକାରୀ ମାନେ ଜଙ୍ଗଲରେ ନିଆଁ ଲଗେଇ ଛୋଟମୋଟ ପଶୁ ଶିକାର କରନ୍ତି | ପ୍ରାକୃତିକ ଉପାୟ ରେ କହିବାକୁ ଗଲେ ପ୍ରଚଣ୍ଡ ରୌଦ୍ର ତାପରେ ଜଙ୍ଗଲରେ ନିଆଁ ଲାଗେ | ଏଠାରେ ସ୍ଥାନୀୟ ଆଦିବାସୀଙ୍କ କିପରି ଜଙ୍ଗଲ ନିଆଁ ରୋକାଯାଇପାରିବ ସେ ବିଷୟ ସଚେତନ କରାଯାଇଥିଲା ।

Comments are closed.