www.samajalive.in
Sunday, December 7, 2025
13.1 C
Bhubaneswar

ଭିଜିଲାନ୍ସ ଜାଲରେ ଆର.ଆଇ

ସୁନ୍ଦରଗଡ : ସୁନ୍ଦରଗଡ ଜିଲା ଲେଫ୍ରିପାଡା ଥାନା ଅନ୍ତର୍ଗତ ଧୂମାବଲ ଠାରେ ଆର.ଆଇ ସୁଧୀର ନାୟକ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଆର.ଆଇ ସୁଧୀର ନାୟକ ଲେଫ୍ରିପଡା ଗ୍ରାମର ଉପେନ୍ଦ୍ର ନାୟକଙ୍କ ଠାରୁ କୌଣସି କାମ ପାଇଁ ୮ହଜାର ଟଙ୍କା ନେଉଥିବା ସମୟରେ ଧରାପଡିଛନ୍ତି। ଭିଜିଲାନ୍ସ ଦଳ ତାଙ୍କ କାର୍ଯ୍ୟାଳୟ ଓ ଘରେ ଖୋଳତାଡ ଆରମ୍ଭ କରିଥିବାର ସୂଚନା ମିଳିଥିଲେ ହିଁ ସବିଶେଷ ତଥ୍ୟ ହସ୍ତଗତ ହୋଇପାରି ନାହିଁ ।

ବିଭାଗୀୟ ସୂତ୍ରରୁ ପ୍ରକାଶ, ଡ଼ୁମାବାହାଲରେ ବସବାସ କରୁଥିବା ଉପେନ୍ଦ୍ର ନାଏକ କିଛି ମାସ ତଳେ ଜମି କିଣି ଏହାକୁ ଲେଫ୍ରିପଡ଼ା ସବରେଜିଷ୍ଟରଙ୍କ କାର୍ଯ୍ୟାଳୟରେ ରେଜିଷ୍ଟ୍ରି କରି ପଟ୍ଟା ପାଇଁ ଆବେଦନ କରିଥିଲେ । ଲେଫ୍ରିପଡ଼ା ତହସିଲ କାର୍ଯ୍ୟାଳୟ ଉକ୍ତ ଆବେଦନକୁ ଡ଼ୁମାବାହାଲ ରାଜସ୍ବ ନିରୀକ୍ଷକ ସୁଧିର ନାଏକଙ୍କ ପାଖକୁ ପଠାଇ ଆବଶ୍ୟକୀୟ ରିପୋର୍ଟ ତଲବ କରିଥିଲେ । ଅପରପକ୍ଷରେ ରିପୋର୍ଟ ପାଇବା ପାଇଁ ଜମି କ୍ରେତା ଉପେନ୍ଦ୍ର ଆର.ଆଇ ସୁଧିରଙ୍କ ପାଖକୁ ଯାଇ ରିପୋର୍ଟ ଦେବା ପାଇଁ କୁଆଡ଼େ ଅନୁରୋଧ କରିଥିଲେ ମାତ୍ର ସୁଧିର ‘କିଛି କଥା ନାହିଁ ୬ ତାରିଖ ଦିନ (ଆଜି) ୮ହଜାର ଟଙ୍କା ନେଇ ଆସିବ, ରିପୋର୍ଟ ନେଇଯିବ’ ବୋଲି କହିଥିଲେ । ଏ ସମ୍ପର୍କରେ ଉପେନ୍ଦ୍ର ଗତକାଲି ସୁନ୍ଦରଗଡ଼ ଭିଜିଲାନ୍ସ କାର୍ଯ୍ୟାଳୟରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଡ଼ି.ଏସ.ପି ସେଠୀ ଏକ ଯୋଜନା ପ୍ରସ୍ତୁତ କରି ରାସାୟନିକ ରଙ୍ଗ ବୋଲା ଟଙ୍କା​ ଉପେନ୍ଦ୍ରଙ୍କୁ ଦେଇଥିଲେ । ବୁଧବାର ଉପେନ୍ଦ୍ର ଉକ୍ତ ଟଙ୍କାକୁ ନେଇ ଆର.ଆଇଙ୍କୁ ଦେବାରୁ ସେ ତାଙ୍କ ପକେଟରେ ରଖି କଥା ବାର୍ତ୍ତା ହେଉଥିବା ବେଳେ ପୂର୍ବ ପ୍ରସ୍ତୁତି ଅନୁସାରେ ଛକି ରହିଥିବା ଭିଜିଲାନ୍ସ ଟିମ ତାଙ୍କୁ ମାଡ଼ି ବସି ରଙ୍ଗ ବୋଳା ଟଙ୍କା ଜବତ କରି ପଚରାଉଚୁରା ଆରମ୍ଭ କରିବା ସହ ତାଙ୍କ କାର୍ଯ୍ୟାଳୟ ଓ ଘରେ ଖୋଳତାଡ଼ ଜାରି ରଖିଛନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories