www.samajalive.in
Sunday, December 7, 2025
23.1 C
Bhubaneswar

ବ୍ରିଟେନ ଉଚ୍ଚ ନ୍ୟାୟାଳୟରୁ ମାଲ୍ୟାଙ୍କୁ ଅଶ୍ବସ୍ତି

ଲଣ୍ଡନ: ଭାରତୀୟ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ବ୍ରିଟେନ ଉଚ୍ଚ ନ୍ୟାୟାଳୟରୁ ଅଶ୍ବସ୍ତି ମିଳିଛି। ଭାରତୀୟ ବ୍ୟାଙ୍କ ସମୂହଙ୍କ ଏକ ପିଟିଶନର ଶୁଣାଣିକୁ ବ୍ରିଟେନର ଲଣ୍ଡନସ୍ଥିତ ଉଚ୍ଚ ନ୍ୟାୟାଳୟ ସ୍ଥଗିତ କରିଦେଇଛନ୍ତି। ମାଲ୍ୟାଙ୍କଠାରୁ ୧୦ ହଜାର ୮୩୯ କୋଟି ୩ ହଜାର ୫୩୮ ଟଙ୍କା ଋଣ ଟଙ୍କା ଅସୁଲ କରିବା ପାଇଁ ତାଙ୍କୁ ଦେବାଳିଆ ଘୋଷଣା କରିବା ଲାଗି ବ୍ୟାଙ୍କଗୁଡ଼ିକ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଥିଲା।

ଉଚ୍ଚ ନ୍ୟାୟାଳୟଙ୍କ ଦେବାଳିଆ ଶାଖାର ବିଚାରପତି ମାଇକ ବ୍ରିଗ୍ସ ଏହି ପିଟିଶନର ଶୁଣାଣିକୁ ସ୍ଥଗିତ କରିବା ସହିତ ମାଲ୍ୟାଙ୍କୁ ଅଶ୍ବସ୍ତି ଦେଇ କହିଥିଲେ, ଯେପର୍ଯ୍ୟନ୍ତ ଭାରତୀୟ ଉଚ୍ଚତମ ନ୍ୟାୟାଳୟ ଏବଂ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟ ମାଲ୍ୟାଙ୍କ ଆପୋସ ବୁଝାମଣା ପ୍ରସ୍ତାବର ଶୁଣାଣିକୁ ଶେଷ କରିନାହାନ୍ତି ସେପର୍ଯ୍ୟନ୍ତ ମାଲ୍ୟାଙ୍କୁ ସମୟ ଦେବା ଉଚିତ। ତେଣୁ ବ୍ୟାଙ୍କଗୁଡ଼ିକର ଏପରି କାର୍ଯ୍ୟାନୁଷ୍ଠାନକୁ ଆଗକୁ ବଢ଼ାଇବା ଲାଗି ସୁଯୋଗ ଦେବାର କୌଣସି କାରଣ ନାହିଁ ବୋଲି ବ୍ରିଗ୍ସ କହିଥିଲେ।

- Advertisement -

ସୂଚନାଯୋଗ୍ୟ, ମାଲ୍ୟାଙ୍କ ବିରୋଧରେ ୯ ହଜାର କୋଟି ଟଙ୍କାର ଋଣ ଟଙ୍କା ଫାଙ୍କିବା ଅଭିଯୋଗରେ ମାମଲା ରୁଜୁ ହୋଇଛି। ତେବେ ମାଲ୍ୟା ଋଣ ଟଙ୍କା ଫେରାଇବାକୁ ପ୍ରସ୍ତୁତ ଥିବା କହୁଥିବାବେଳେ ମାମାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦେଶାଳୟ ଏବଂ ଭାରତୀୟ ବ୍ୟାଙ୍କଗୁଡ଼ିକ ସହଯୋଗ କରୁ ନ ଥିବା ଦର୍ଶାଇ ମାଲ୍ୟା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories