ନିଜ ପ୍ରଥମ ଫିଲ୍ମଫେୟାର ଆୱାର୍ଡ଼ ବିକି ଦେଇଥିଲେ ବିଜୟ ?

ନୂଆଦିଲ୍ଲୀ: ଟଲିଉଡ଼ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ନିକଟରେ ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି ଯେ ସେ ତାଙ୍କ ଅଭିନୟ ପାଇଁ ପାଇଥିବା ପ୍ରଥମ ଫିଲ୍ମଫେୟାର ଆୱାର୍ଡ଼କୁ ନିଲାମ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ସେହି ଟଙ୍କାକୁ ସେ ଦାନ କରିଥିଲେ ଏବଂ ଏହା ତାଙ୍କ ପାଇଁ ଏକ ଭଲ ସ୍ମୃତି। ବିଜୟ ଆହୁରି ମଧ୍ୟ କହିଛନ୍ତି ଯେ, ସେ ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କୁ ଏକ ଆୱାର୍ଡ଼ ଦେଇଛନ୍ତି, କାରଣ ସେ ସାର୍ଟିଫିକେଟ୍‌ ଏବଂ ଆୱାର୍ଡ଼ ପ୍ରତି ଆଗ୍ରହୀ ନୁହଁନ୍ତି।

ଆଗକୁ ଅଭିନେତାଙ୍କ ଫିଲ୍ମ ‘ଫ୍ୟାମିଲି ଷ୍ଟାର’ ଆସୁଥିବାବେଳେ ନିକଟରେ ଏକ ସାକ୍ଷାତକାରରେ ବିଜୟ କହିଛନ୍ତି, ‘‘ମୁଁ ସାର୍ଟିଫିକେଟ୍ ଏବଂ ପୁରସ୍କାର ପ୍ରତି ସେତେ ଆଗ୍ରହୀ ନୁହଁ। କିଛି ବୋଧ ହୁଏ ଅଫିସରେ ଥିବ, ଆଉ କିଛିକୁ ମୋ ମାଆ କେଉଁଠି ରଖିଥିବେ। ମୁଁ କିଛି ଆୱାର୍ଡ଼ ମଧ୍ୟ ଦେଇଦେଇଛି। ଗୋଟିଏ ଆୱାର୍ଡ଼ ମୁଁ ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କୁ ଦେଇଥିଲି।’’ ସେ ଏହା ମଧ୍ୟ କହିଛନ୍ତି, ‘‘ମୁଁ ପାଇଥିବା ପ୍ରଥମ ଫିଲ୍ମଫେୟାର ଶ୍ରେଷ୍ଠ ଅଭିନେତା ପୁରସ୍କାରକୁ ଆମେ ନିଲାମ କରିଥିଲୁ। ଏଥିରୁ ଆମକୁ ବହୁତ ଟଙ୍କା ମିଳିଥିଲା। ମୁଁ ଭାବୁଛି ମୋ ଘରେ ପଥରର ଏକ ଖଣ୍ଡକୁ ସମ୍ଭାଳି ରଖିବା ଅପେକ୍ଷା ଏହା ମୋ ପାଇଁ ଏକ ଭଲ ସ୍ମୃତି।’’

ସୂଚନାଯୋଗ୍ୟ, ବିଜୟ ଏବେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଫ୍ୟାମିଲି ଷ୍ଟାର’ର ପ୍ରଚାର ପ୍ରସାରରେ ବ୍ୟସ୍ତ ଅଛନ୍ତି। ଏଥି​‌ରେ ମୃଣାଳ ଠାକୁର ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି।

Comments are closed.