ଭିଜିଲାନ୍ସ ଜାଲରେ ଯନ୍ତ୍ରୀ ଓ କିରାଣି

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ ଏବଂ ଅଫିସର କନିଷ୍ଠ କିରାଣି। ଆସିକା ଜଳସମ୍ପଦ ସିଏଡି ଡିଭିଜନ ନଂ-୮ ନିର୍ବାହୀ ଯନ୍ତ୍ରୀ ବେଣୁଧର ଦଳାଇ। ଅଫିସରେ କାର୍ଯ୍ୟରତ କିରାଣି କୈଳାଶଚନ୍ଦ୍ର ବେହେରା। ୨୦ହଜାର ଟଙ୍କା ଲାଞ୍ଚ ମାଗି ନେବାବେଳେ ଭିଜିଲାନ୍ସ ମାଡ଼ି ବସିଲା। ଏକ ବକେୟା ବିଲ ପାସ କରିବା ପାଇଁ ଲାଞ୍ଚ ନେଇ ଧରାପଡ଼ିଲେ। କିରାଣି କୈଳାଶଚନ୍ଦ୍ର ବେହେରାଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ ହୋଇଛି। ଧରାପଡ଼ିବା ପରେ ଯନ୍ତ୍ରୀଙ୍କର ୩ଟି ଏବଂ କିରାଣିଙ୍କ ୨ଟି ସ୍ଥାନରେ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି।

Comments are closed.