www.samajalive.in
Tuesday, December 9, 2025
15.1 C
Bhubaneswar

ଲାଞ୍ଚ ନେବା ମହଙ୍ଗା ପଡ଼ିଲା : ଅବସରପ୍ରାପ୍ତ କୃଷି ଅଧିକାରୀଙ୍କୁ ସଶ୍ରମ କାରାଦଣ୍ଡାଦେଶ

ସୁନ୍ଦରଗଡ଼ :  ଲାଞ୍ଚ ତ ଲାଞ୍ଚ, ତା ପୁଣି ନିଜ ଅଧିନସ୍ଥ ଅଧିକାରୀଙ୍କ ଠାରୁ ନେଇ ଜୈନିକ ଅବସରପ୍ରାପ୍ତ ଜିଲା କୃଷି ଅଧିକାରୀଙ୍କୁ ଭିଜିଲାନ୍ସ ଅଦାଲତ ସଶ୍ରମ କାରାଦଣ୍ଡାଦେଶ ଦେବା ଓ ତଣ୍ଡ ଗଣିବା ପାଇଁ ନିର୍ଦେଶ ଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ବିଭାଗୀୟ ସୂତ୍ରରୁ ପ୍ରକାଶ, ସୁନ୍ଦରଗଡ଼ ଭିଜିଲାନ୍ସ ଅଦାଲତର ସ୍ବତନ୍ତ୍ର ଜଜ୍‌ ସୁଶ୍ରୀ ରାଜଲକ୍ଷ୍ମୀ ପଟ୍ଟନାୟକ ୨୦୦୯ ମସିହାର ଏକ ଲାଞ୍ଚ ନେବା ଘଟଣାର ପୂର୍ଣ୍ଣାଙ୍ଗ ଶୁଣାଣି କରି ଅଭିଯୁକ୍ତ ଅବସରପ୍ରାପ୍ତ ଜିଲା କୃଷି ଅଧିକାରୀ ଦୈତାରି ଶତପଥିଙ୍କୁ ଦୁଇ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇବା ସହ ୫ହଜାର ଟଙ୍କା ତଣ୍ଡ ଗଣିବା ପାଇଁ ଆଦେଶ ଦେଇଛନ୍ତି । ତଣ୍ଡ ଅନାଦେୟ ଅଧିକ ୩ମାସ ସଶ୍ରମ କାରାଦଣ୍ଡ ଭୋଗିବା ପାଇଁ ନିଜ ରାୟରେ ସ୍ପଷ୍ଟ କରିଛନ୍ତି । ଅଭିଯୁକ୍ତ ଜିଲା କୃଷି ଅଧିକାରୀ ଶ୍ରୀ ଶତପଥି ନିଜ ଅଧିନସ୍ଥ ଅଧିକାରୀ ଗୟାଧର ସାହୁଙ୍କଠାରୁ ତାଙ୍କ ୨୦ମାସର ଘର ଭଡ଼ା ବାବଦ ଦେୟ ୫୨ହଜାର ୯ଶହ ଟଙ୍କାର ବିଲ ପାଶ କରାଇବା ପାଇଁ ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ ହେଲେ ଏତେ ଟଙ୍କା ଗୟାଧର ଦେବା ପାଇଁ ଅସହମତି ପ୍ରକାଶ କରିବା ସହ ୩ହଜାର ଟଙ୍କା ଦେଇ ପାରିବି ବୋଲି କହିବାରୁ ଅଭିଯୁକ୍ତ ଅଧିକାରୀ ୩ହଜାର ଟଙ୍କାରେ ସହମତି ପ୍ରକାଶ କରି ଉତ୍କୋଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଟିମ ହାତରେ ଧରାପଡ଼ିଥିଲେ। ପରେ ଭିଜିଲାନ୍ସ ବିଭାଗ ତାଙ୍କ ବିରୋଧରେ ଅଦାଲତରେ ଅଭିଯୋଗ ପତ୍ର ଦାଖଲ କରିଥିଲେ। ଅନ୍ୟ କେତେକ ଯୋଜନାରେ ମଧ୍ୟ ଅଭିଯୁକ୍ତ ଅଧିକାରୀ ଜଣଙ୍କ ଅଧିନସ୍ଥ ଅଧିକାରୀ ଶ୍ରୀ ସାହୁଙ୍କଠାରୁ ଲାଞ୍ଚ ନେଇଥିବା ତଦନ୍ତରୁ ଜଣାପଡ଼ିଛି। ତତ୍କାଳୀନ ଭିଜିଲାନ୍ସ ଡି.ଏସ.ପି ରାଧାକୃଷ୍ଣ କାନୁନଗୋ ଏହି ଲାଞ୍ଚ କାରବାରର ତଦନ୍ତ କରିଥିବା ବେଳେ ତତ୍କାଳୀନ ଇନ୍ସପେକ୍ଟର ପରମେଶ୍ବର କିଶାନ ତାଙ୍କୁ ସହାୟତା କରିଥିଲେ। ଭାରପ୍ରାପ୍ତ ସ୍ବତନ୍ତ୍ର ପିପି ଗୌରମୋହନ ଦାଶ ଅଦାଲତରେ ମାମଲା ପରିଚାଳନା କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories