mission shakti banner

ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ, ଦୁଇ ସରକାରୀ କର୍ମଚାରୀ ଗିରଫ

BSKY banner  750×100
0

ଭୁବନେଶ୍ବର: ଜଣେ ସରକାରୀ କର୍ମଚାରୀ ଅନ୍ୟ ଜଣେ ପୂର୍ବତନ ସରକାରୀ କର୍ମଚାରୀଙ୍କ ଲାଞ୍ଚ ନେଉଥିବା ବେଳେ ପୁଲିସ ହାତରେ ଗିରଫ ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍‌ର ମୁଖ୍ୟ କିରାଣୀ ଭାଗିରଥୀ ସାହୁ ଅବସରପ୍ରାପ୍ତ ଭିଏଲଡବ୍ଲ୍ୟୁ ଯୁଗୋଳ ବେହେରାଙ୍କଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।  ଅବସରପ୍ରାପ୍ତ ଭିଏଲଡବ୍ଲ୍ୟୁ ଯୁଗୋଳ ବେହେରାଙ୍କ ପେନ୍‌ସନ ପେପର ଠିକ୍‌ କରିଦେବା ପାଇଁ ମୁଖ୍ୟ କିରାଣୀ ଭାଗିରଥୀ ସାହୁ ୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।

ସେହିପରି କେନ୍ଦୁଝର ଧରଣୀଧର ମହାବିଦ୍ୟାଳୟର କିରାଣୀ ଶ୍ରୀତିକଣ୍ଠ ଦାସ ଜଣଙ୍କଠାରୁ ୩ ହଜାର ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଜଗି ରହିଥିବା ଭିଜିଲାନ୍ସ ଗିରଫ କରିଛି । ମହାବିଦ୍ୟାଳୟର ଜୁନିୟର ଲାଇବ୍ରେରିଆନଙ୍କ ମେଡିକାଲ ବିଲ୍‌ କରିଦେବା ପାଇଁ କିରାଣୀ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଆଜି ୩ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା ।

Leave A Reply