ହାଇଦରାବାଦ : ନିର୍ବାଚନ ନିୟମ ଉଲ୍ଲଙ୍ଘନ କରି ତେଲଙ୍ଗାନା ରାଷ୍ଟ୍ରୀୟ ସମିତି (ଟିଆରଏସ୍) ଶାସକ ଦଳର ୟେଲାରେଡ୍ଡୀ ବିଧାୟକ ରବୀନ୍ଦ୍ର ରେଡ୍ଡୀ ତାଙ୍କୁ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ଜିତାଇବା ପାଇଁ ଭୋଟରଙ୍କୁ ୫ ଲକ୍ଷ ଟଙ୍କା ଯାଚୁଥିବାର ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଏହି ଭିଡ଼ିଓରେ ଦେଖିବାକୁ ମିଳୁଛି ଯେ ରବୀନ୍ଦ୍ର ରେଡ୍ଡି କେତେକ ଗ୍ରାମବାସୀଙ୍କୁ ଏକାଠି କରି ତାଙ୍କୁ ପୁନଃ ବିଧାୟକଭାବେ ଜିତାଇବାକୁ କହୁଛନ୍ତି। ଏଥିପାଇଁ ସେ ଗ୍ରାମବାସୀଙ୍କୁ ୫୦ଟି ଦଳରେ ଭାଗ ହୋଇ ବୈଠକ ଓ ଅନ୍ୟାନ୍ୟ କାର୍ଯ୍ୟ କରିବାକ କହୁଛନ୍ତି। ଅପ୍ରତିଦ୍ୱନ୍ଦ୍ୱୀ ଭାବେ ବିଧାୟନସଭାକୁ ନିର୍ବାଚିତ ହେଲେ ଗ୍ରାମବାସୀଙ୍କୁ ୫ ଲକ୍ଷ ଟଙ୍କା ଦେବେ ବୋଲି ରବୀନ୍ଦ୍ର କହୁଥିବାର ଦେଖିବାକୁ ମିଳୁଛି। ଏହାସହ ଟିଆରଏସ୍ ବିଧାୟକମାନେ ନିର୍ବାଚନ ନିୟମ ଭଙ୍ଗ କରୁଥିବାର ତୃତୀୟ ଘଟଣା କ୍ୟାମେରାରେ ଉତ୍ତୋଳିତ ହୋଇଛି। ଏହା ପୂର୍ବରୁ ତେଲଙ୍ଗାନା ପରିବହନ ମନ୍ତ୍ରୀ ପି ମହେନ୍ଦର ରେଡ୍ଡୀ, ଆରମୋର ବିଧାନସଭା ମଣ୍ଡଳୀରୁ ଟିଆରଏସ୍ ପ୍ରାର୍ଥୀ ଏ ଜିଭନ ରେଡ୍ଡୀ ପ୍ରମୁଖ ନିର୍ବାଚନ ନିୟମର ଉଲ୍ଲଙ୍ଗନ କରିଛନ୍ତି। ଏନେଇ ତେଲଙ୍ଗାନା କଂଗ୍ରେସ ପକ୍ଷରୁ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ତେଲଙ୍ଗାନା ବିଧାନସଭା ଆଗୁଆ ଭଙ୍ଗ ହେବା ପରେ ଗୁରୁବାରଠାରୁ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ଏହି ସବୁ ଭିଡ଼ିଓ ବିଧାନସଭା ଭଙ୍ଗା ହେବା ପୂର୍ବର ବୋଲି କୁହାଯାଉଛି।
Popular Categories



