ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ଅନେକ ଭିଡିଓ ଭାଇରାଲ୍ ହୋଇଥାଏ । କିଛି ଭିଡିଓ ବେଶ ମନଛୁଆଁ ହୋଇଥିବା ବେଳେ କିଛି ଆଶ୍ଚର୍ଯ୍ୟଚକିତ ମଧ୍ୟ କରିଥାଏ । ନିକଟରେ କାଉର ଭାଇରାଲ୍ ହେଉଥିବା ଏକ ଭିଡିଓ ଲୋକଙ୍କ ହୋସ୍ ଉଡାଇ ଦେଇଛି । ଭିଡିଓଟି ଦ୍ରୁତ ଗତିରେ ଭାଇରାଲ୍ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି ।
This is Mourdour, an African Pied Crow in the UK casually asking passers by if they’re alright pic.twitter.com/KMljTt7WQT
— Nature is Amazing ☘️ (@AMAZlNGNATURE) May 4, 2025
ଭିଡିଓରେ ଦେଖିପାରିବେ, କଳା ଓ ଧଳା ରଙ୍ଗ ମିଶ୍ରିତ ଏକ କାଉ ବସିଛି । ସାଧାରଣ କାଉ ଠାରୁ ଏହା ସାମାନ୍ୟ ଭିନ୍ନ ଭଳି ଦେଖାଯାଉଛି । ଏହି କାଉଟି ଏକ ଆଫ୍ରିକୀୟ କାଉ । କାଉଟି ଇଂରାଜୀରେ କଥା ହେଉଛି । ସାଧାରଣ ଲୋକେ ଯେପରି ଇଂରାଜୀରେ ହାଲ୍ଚାଲ୍ ପଚାରନ୍ତି, କାଉଟି ସେଭଳି ପଚାରୁଛି । କାଉକୁ ଇଂରାଜୀରେ ପ୍ରଶ୍ନ କଲେ ଉତ୍ତର ମଧ୍ୟ ଦେଉଛି । କାଉଟି ବିଟ୍ରେନ୍ରେ ରହୁଛି । ଇଂରାଜୀରେ ଲୋକଙ୍କ ସହ କଥା ହେଉଛି । ଭିଡିଓଟିକୁ ଲକ୍ଷ ଲକ୍ଷ ଲୋକେ ଦେଖିବା ସହ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।



