ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଅନେକ ଭିଡିଓ ଆଶ୍ଚର୍ଯ୍ୟଚକିତ କରିବା ସହ ଭୟଭୀତ ମଧ୍ୟ କରିଥାଏ । ନିକଟରେ ଏଭଳି ଏକ ଭିଡିଓ ଭାଇରାଲ୍ ହେଉଛି, ଯାହା ଦ୍ରୁତ ଗତିରେ ଭାଇରାଲ୍ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି।
ଭିଡିଓରେ ଏକ କଲରାପତରିଆ ବାଘ ହଠାତ୍ ଘର ବାହାରେ ଖେଳୁଥିବା ଏକ ଶିଶୁ ଉପରେ ଆକ୍ରମଣ କରିବାକୁ ଆସୁଛି । ମାତ୍ର କୁକୁରଙ୍କ ସାହସ କାରଣରୁ ବଡ ଅଘଟଣ ଟଳିବା ସହ ଶିଶୁଟିର ଜୀବନ ବଞ୍ଚି ଯାଉଛି । ୧୫ ସେକେଣ୍ଡର ଏହି ଭିଡିଓ ଦେଖି ଯେ କେହି ସ୍ତବ୍ଧ ହୋଇଯିବ ।
Leopard Attack💀 pic.twitter.com/lbRmqDx0tV
— Ghar Ke Kalesh (@gharkekalesh) May 6, 2025
ଭିଡିଓର ଆରମ୍ଭରେ ଦେଖିପାରିବେ, ଦିନର ସମୟ । ଏକ ଛୋଟ ଶିଶୁ ହାଲୁକା ଆକାଶୀ ରଙ୍ଗର ପୋଷାକ ପିନ୍ଧି ଘର ବାହାରେ ଖେଲୁଛି । ୨ଟି କୁକୁର ମଧ୍ୟ ସେହି ସ୍ଥାନରେ ଦେଖାଯାଉଛନ୍ତି ।
ହଠାତ୍ କୁକୁର ଖୁବ୍ ଜୋର୍ରେ ଭୁକିବାକୁ ଲାଗୁଛି । ସେହି ସମୟରେ ଜଙ୍ଗଲ ଆଡୁ ଏକ କଲରାପତରିଆ ବାଘ ଆସୁଛି । ଶିଶୁ ଆଡକୁ ଦୌଡି ଆସି ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି । ମାତ୍ର କୁକୁର ଖୁବ୍ ଜୋରରେ ଭୁକିବା କାରଣରୁ ବାଘ ଭୟଭୀତ ହୋଇ ଦୌଡି ପଳାଉଛି । ଶିଶୁ ଭୟଭୀତ ହୋଇ ତୁରନ୍ତ ଘର ଭିତରକୁ ପଳାଉଛି । ଭିଡିଓ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।



